ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ପ୍ରଭାବ ଫଳରେ ଲୋକଙ୍କ ଆର୍ଥୀକ ମାନଦଣ୍ଡ ଦିନକୁଦିନ ହ୍ରାସ ଘଟୁଥିବାରୁ କେତେକ ସଂସ୍ଥା ପକ୍ଷରୁ ଗରିବ ଓ ବିକଳାଙ୍ଗ ମାନଙ୍କୁ ସହାୟତାର ହାତ ବଢାଇଛନ୍ତି । ଆଜି ରାଜ୍ୟର ଏକ ପ୍ରସିଦ୍ଧ ସୋ (ଜୋତା) କମଂପାନୀ ଅଜନ୍ତା ଏବଂ ସ୍ଥାନୀୟ ଏଚ୍.ଏମ୍.ଏମ୍ ସୋ ପକ୍ଷରୁ ବହୁ ଗରୀବଙ୍କୁ ରାସନ ସାମଗ୍ରୀ ଓ ସାଇଟାଇଜର ଯୋଗାଇ ଦେଇଛନ୍ତି । ଅଜନ୍ତା ସୋର ରାଜ୍ୟ ସେଲସ୍ ମ୍ୟାନେଜର ଅମରେଶ ପ୍ରସାଦ ତ୍ରୀପାଠୀ, ତାପସ ସେନାପତି, ପ୍ରିୟବ୍ରତ ପତ୍ରୀ ଏବଂ ଏଚ୍.ଏମ୍.ଏମ୍ ସୋ ର ମୁଖ୍ୟ ମୀର ଅମିରୁଦ୍ଦିନ, ଏସ୍କେ ସାଲିମାନ, ଇଫ୍ରାଜ, ସଂଜୟ କୁମାର ଜେନା ଓ ମୀର ଆବାସ ଅଲ୍ଲୀ ପ୍ରମୁଖ ଏହି ବଣ୍ଟନ ବେଳେ ଉପସ୍ଥିତ ଥିଲେ । କୋଲକତା ଓ ଖଡଗପୁରରେ ଅଜନ୍ତା ସୋ ପକ୍ଷରୁ ଏପରି ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଓଡିଶାରେ ଏହା ପ୍ରଥମ ବୋଲି ଶ୍ରୀ ତ୍ରୀପାଠୀ କହିୀଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା