

ସୋରଡ଼ା (ସମୃଦ୍ଧ ଓଡିଶା) କଥାରେ ଅଛି ଅଣ୍ଟି ଛୁରୀ ତଣ୍ଟି କଟେ ତାହା ଆଜି ସତ ପ୍ରମାଣିତ ହୋଇଛି କବିସୂର୍ଯ୍ୟୟନଗର ଥାନା ଅଧୀନରେ ଥିବା ମହାଛାଇ ଗ୍ରାମରେ । ମାହାଛାଇ ଗ୍ରାମର କରୁଣା କର ସାହୁଙ୍କ ସୁପୁତ୍ର ପ୍ରଶାନ୍ତ ପଇସା ବାପାଙ୍କ ଠାରୁ ନପାଇବାରୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି । ଭଗବାନ କରନ୍ତୁ ଏହି ଭଳି ସୁଯୋଗ୍ୟ ପୁଅ କାହାକୁ ନ ମିଳୁ । ଆକ୍ରମଣ ପରେ ପୁଅ ପ୍ରଶାନ୍ତ ଫେରାର ହୋଇଯାଇଛି । ଘର ଲୋକେ କରୁଣା କର ସାହୁଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପୋଲିସ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଆକ୍ରମଣ କାରିଙ୍କ ବିରୁଦ୍ଧରେ ମକଦ୍ଦମା ନଂ ୩୩୬/୨୦୨୧ ଦାୟର କରି ସାଙ୍ଗେ ସାଙ୍ଗେ ହତ୍ୟାକାରୀଙ୍କୁ ଧରିବା ପାଇଁ ପ୍ରୟାସ ଜାରୀ କରାଯାଇଛି ବୋଲି ଥାନ ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ
