ଅଣ୍ଡା କରୁଛି ଫଣ୍ଡା…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଅଙ୍ଗନୱାଡି କର୍ମୀମାନେ କରୋନା ସମ୍ପର୍କିତ ଜାରି ହୋଇଥିବା ଲକଡାଉନ ବେଳେ ଘର ଘର ବୁଲି ଲୋକଙ୍କୁ ସେବା ଯୋଗାଇ ସରକାରଙ୍କ ସମାଚାରକୁ ଘରେ ଘରେ ପହଞ୍ଚାଇ ବାହାରକୁ ନ ବାହାରିବା ମାସ୍କ ବ୍ୟବହାର କରିବା ଆଦି ଜନହିତକର କାର୍ଯ୍ୟ କରିଥିବା ଅଙ୍ଗନୱାଡି କର୍ମୀମାନଙ୍କୁ ଆଜି ଉପେକ୍ଷା କରାଯାଇଥିବାରୁ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଅଣ୍ଡା ସହିତ ସବୁ ରାସନ ସାମଗ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ବାଣ୍ଟିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା କିଛି କ୍ଷେତ୍ରରେ ସ୍ୱାଗତ ଯୋଗ୍ୟ ହୋଇଥିବା ବେଳେ ଅନ୍ୟ କ୍ଷେତ୍ରରେ ଅଙ୍ଗନବାଡୀ କର୍ମୀଙ୍କୁ ଉପେକ୍ଷା କରାଯାଇଥିବାରୁ ଅସନ୍ତୋଷ ଦେଖା ଦେଇଛି । ଅଙ୍ଗନୱାଡି କର୍ମୀମାନେ ଉପଯୁକ୍ତ ଦରରେ ଅଣ୍ଡା କ୍ରୟ କରି ଲୋକଙ୍କୁ ବାଣ୍ଟିଥିବା ବେଳେ ବର୍ତ୍ତମାନ ଅଣ୍ଡା କ୍ରୟ କାର୍ଯ୍ୟ ଅନ୍ୟ କୌଣସି ସଂସ୍ଥାକୁ ଦିଆଯାଇଥିବାରୁ ସେମାନେ ଅଧିକା ଦରରେ ଅଣ୍ଡା କ୍ରୟ କରି ଅଣ୍ଡା ଫାର୍ମ ଵାଲାକୁ ଲାଭବାନ କରୁଥିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ମଧ୍ୟ କିଛି ସୁବିଧା ମିଳୁଥିବା ଯୋଗୁଁ ସିଧାସଳଖ ନ କିଣି କିଣିବା ଦାୟିତ୍ୱ ଜିଲ୍ଲାରେ କେନ୍ଦ୍ରୀୟ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରାଯାଇ ନ ପାରେ ବୋଲି ଅଙ୍ଗନୱାଡି କର୍ମୀମାନଙ୍କ ଅଭିଯୋଗ ହେଉଥିବା ଏହି ପ୍ରତିନିଧି ଜଣାଇଛନ୍ତି ।

ରିପୋର୍ଟ : ରାଜଲକ୍ଷ୍ମୀ ପାଢ଼ୀ