ଜଳେଶ୍ୱର (ସମୃଦ୍ଧ ଓଡିଶା) ବନ୍ଧନ ବେଳ ଏକ ବ୍ୟାଙ୍କ ନୁହେଁ, ପୂର୍ବରୁ ଜନସାଧାରଣଙ୍କ ବିଭିନ୍ନ ବିକାଶ ଲାଗି କାର୍ଯ୍ୟକ୍ରମ ମାନ ହାତକୁ ନେଇ ଆସିଛି । ଏବେ ମଧ୍ୟ ପଶ୍ଚିମବଂଗର କୋନନଗରସ୍ଥିତ ବନ୍ଧନ ସଂଗଠନ ପକ୍ଷରୁ ଅତି ଗରିବ ଶ୍ରେଣୀଙ୍କ ଉନ୍ନତି ଲାଗି ଆର୍ଥିକ ସହାୟତା ଦେବା ସହିତ ୩୦ ପ୍ରକାରର ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ପ୍ରଚେଷ୍ଟା ଜାରି ରଖିଛି । ଏହି ସଂଗଠନର ବାଲେଶ୍ୱର ଜିଲରର ଭୋଗରାଇ, ବାଲିଆପାଳ, ରେମୁଣା, ବାଲେଶ୍ୱର ସଦର ଓ ଜଳେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଳେଶ୍ୱରର ନାମ୍ପୋ ଶାଖାରେ ଆଜି ସାମଗ୍ରୀ ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମାଜସେବୀ ସୁଶୀଲ ପରିଡା ସଭାପତିତ୍ୱ କରିଥିଲେ । ଶାଖାପ୍ରବନ୍ଧକ ବଳରାମ ମଣ୍ଡଳ, ଶାଖା ପରିଚାଳକ ହୃଷିକେଶ ଦାସ, ସରପଂଚ ସୁଶାନ୍ତ ପ୍ରଧାନ, ସାମ୍ବାଦିକ ଦୁର୍ଗାଶଂକର ଗିରି, କାଳିଚରଣ ହୁଇ, ରାଜେଶ ଜେନା, ମାନସ କୁମାର ପଣ୍ଡା, ଚିତ୍ତଜିତ୍ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ନଛିମପୁର, ସୁଗୋ, ନାମ୍ପୋ, ନେତୁଆ, ଖୁଲୁଡା ପଂଚାୟତର ୧୫ଜଣ ମହିଳା ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୯ହଜାର ଟଙ୍କାର ସାମଗ୍ରୀ ପ୍ରଦାନ କରାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି ପରିଡା