ଅଦିନିଆ ଝଡ ବର୍ଷାରେ ଭୁଷୁଡିଲା ମୂର୍ତ୍ତିକାରିଗରଙ୍କ ଘର:ବର୍ତ୍ତିଲେ ବୃଦ୍ଧା ମା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୧୧ ଦିନ ଧରି ଜଳେଶ୍ୱର ଅଂଚଳରେ ପ୍ରାୟ ପ୍ରତିସଂଧ୍ୟାରେ ଝଡ ବର୍ଷା ଦେଖା ଦେଉଛି । ଏହା ଫଳରେ ବିଭିନ୍ନ ସ୍ଥାନରେ ଘର ଭୁଷୁଡିବା, ଛପର ଉଡିଯିବା, ଗଛ ଓ ତାରଖୁଣ୍ଟ ଉପୁଡି ପଡିବା ଭଳି ଘଟଣା ଘଟୁଥିବା ବେଳେ କରକାପାତ ମଧ୍ୟ ଘଟୁଛି । ଏପରି ଘଟଣାରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଜପୁର ପଂଚାୟତର ଓଳିନ୍ଦା ଗାଁର ମୂର୍ତ୍ତି କାରିଗର ପ୍ରଦୀପ କୁମାର ଦଳେଇଙ୍କ ଘର ଧ୍ୱଂସ ହୋଇ ଯାଇଛି । ଘଟଣାରୁ ପ୍ରକାଶ ସବୁଦିନପରି ପ୍ରଦୀପର ପରିବାର ସହ ଶୋଇଥିଲା ବେଳେ ହଠାତ୍ ଝଡବର୍ଷା ଯୋଗୁଁ ଗୃହଟି ଭୁଷୁଡି ପଡିଥିଲା । ପୁରୁଣାକାଳିଆ ଟାଇଲ୍ଘରେ ସେମାନେ ବାସ କରୁଥିବା ବେଳେ ଦାରିଦ୍ରତା ଯୋଗୁଁ ଛପର ବଦଳ କରିପାରିନଥିବାରୁ ତା ଉପରେ ପଲିଥିନ ପକାଇ ଯେନତେନ ପ୍ରକାରେଣ ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଘରଟି ଭୁଷୁଡି ଯିବା ପରେ ୮୦ବର୍ଷ ବୟସ୍କା ବୃଦ୍ଧା ମା ସହିତ ପିଲାମାନଙ୍କୁ ଧରି ସେହି ଭଂଗା ଘରେ ମୁଣ୍ଡୁ ଗୁଣ୍ଡିବାକୁ ବାଧ୍ୟ ହୋଇଛନ୍ତି । ବର୍ଷାପାଣିରେ ଉବୁଟୁବୁ ଅବସ୍ଥାରେ ମା ସାବିତ୍ରୀ ରହିଥିବା ଦେଖିବାକୁ ମିଳିଥିଲା । ପ୍ରଦୀପ ଦଳେଇର ୨ଝିଅ, ଅନ୍ୟ ଲୋକଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ମାତ୍ର ୮ ଗୁଣ୍ଡ ଜମିରେ ପରିପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇଥିବା ବେଳେ ପ୍ରଦୀପ ମାଟି ମୂର୍ତ୍ତୀ ତିଆରିକୁ ଆବରି ନେଇଥିଲେ । ଦାରିଦ୍ରତା ତାକୁ ଛାଡୁନଥିବା ବେଳେ ଏପରି ଦୁର୍ବିପାକ ତାକୁ ବେସାହାରା କରିଛି । ନିର୍ବାଚନ ଯୋଗୁଁ ପ୍ରଶାସନୀକ ଅଧିକାରୀମାନେ ବ୍ୟସ୍ଥ ଥିବାରୁ ପ୍ରଦୀପର ଦୁଃଖ ବଢି ଯାଇଛି । ପଲିଥିନ ଟିଏ ନ ପାଇ ଆଜି ତାର ପରିବାର ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ତେଣୁ ତୁରନ୍ତ କ୍ଷତିଗ୍ରସ୍ତ ପ୍ରଦୀପକୁ ପଲିଥିନ, ଆର୍ଥୀକ ସହାୟତା ଓ ମା ସାବିତ୍ରୀପାଇଁ ବାସଗୃହଟିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ।