

ଛତ୍ରପୁର (ସମୃଦ୍ଧ ଓଡିଶା) ଗତ ମଙ୍ଗଳବାର ଦିନ ଛତ୍ରପୁର ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୬୫ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଉତ୍ସବ ଉପଲକ୍ଷେ ଆୟୋଜିତ ସଭା ମଞ୍ଚରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀବନ୍ଧୁ ପଣ୍ଡା । ମୁଖ୍ୟ ଅତିଥି ଅବିନାଶ ଶତପଥୀ, ବି.ଇ.ଓ କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ଅନୁଷ୍ଠାନର ଶିକ୍ଷକ.ଶିକ୍ଷୟତ୍ରୀ ଯଥା ଜଗଦୀଶ ଚନ୍ଦ୍ର ପଲେଇ, ଶ୍ରୀମତୀ ଅମୃତା ପାଣିଗ୍ରାହୀ, ତୁହିନା ମହାପାତ୍ର, ତଦନସ୍ମିତା ମହାନ୍ତି, ସୁଚିତ୍ରା ପାଣିଗ୍ରାହୀ, ଅନିତା ଦାଶ ସହଯୋଗ କରିଥିଲେ । ଏହି ଉତ୍ସବକୁ ସଂଯୋଜନା କରିଥିଲେ ଅନୁଷ୍ଠାନରେ କ୍ରୀଡା ଶିକ୍ଷକ ଅରୁଣ କୁମାର ମାନସିଂହ । ଏଥିସହ ନିକଟସ୍ଥ ହାଇସ୍କୁଲର କ୍ରୀଡା ଶିକ୍ଷକ ରମଣୀ ରଞ୍ଜନ ପଣ୍ଡା, ନାରାୟଣ ରଥ, ସନ୍ତୋଷ ବିଷୋୟୀ ଓ ସୁଜାତା ପାତ୍ର ପ୍ରମୁଖ ବିଭିନ୍ନ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


