ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକର ଘୋଡାହାଡ଼ ପାଣି ପଞ୍ଚାୟତ ବୈଠକ ଗୃହରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଦ୍ୱରା ବ୍ଲକର ଯତ୍ନ ଓ ସୁରକ୍ଷା ଲୋଡୁଥିବା ଅନାଥ ଶିଶୁଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ଗଞ୍ଜାମର ଏକ୍ସପେର୍ଟ ମେମ୍ବର ଡ଼. ଶ୍ୟାମାକାନ୍ତ ଜେନା ପୂର୍ବରୁ ଚିନ୍ନଟ କରାଯାଇଥିବା ୨୫ଟା ପଞ୍ଚାୟତ ଓ ଗୋଟିଏ ଏନଏସିରୁ ଆସିଥିବା ୭୯ ଅନାଥ ଶିଶୁ ମାନଙ୍କୁ ଧନ୍ଦାମୂଳକ ତାଲିମ, ସରକାରୀ ପୃଷ୍ଟପୋଷକ, ଆବାସ ଯୋଜନା, ରାସନ କାର୍ଡ ସହ ଆନୁଷ୍ଠାନିକ ଯତ୍ନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଦିଗରେ ଆଲୋଚନା କରିଥିଲେ । ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶିଶୁଯୌନ ନିର୍ଯାତନା ତଥା ବିପଦ ସଂକୁଳ ପରିସ୍ଥିତିରେ ଥିବା ଶିଶୁ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପୁସ୍ପଞ୍ଜଳି ଶତପଥୀ ଉପସ୍ଥିତ ସମସ୍ତ ସୁପର ଭାଇଜର ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶିବ ପ୍ରସାଦ ରଥ ପରିଚାଳନା କରିଥିବା ବେଳେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅରୁଣାର ଦେବୀଦତ୍ତ ରଥ, ବ୍ଲକର ମହିଳା ପରିଦର୍ଶିକା ସଞ୍ଜୁଲାତା ପାଣିଗ୍ରାହୀ, ଭାଗ୍ୟଲତା ପାତ୍ର, ଶାନ୍ତିଲତା ଶତପଥୀ ଓ ମମତା ପଣ୍ଡା ପ୍ରମୁଖ ସହାୟତା କରିଥିଲେ ।