
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ମହାନଗର ଶୌଣ୍ଡିକ ସମାଜ ଗଞ୍ଜାମ ଜିଲ୍ଲା ଶୌଣ୍ଡିକ ସମାଜ ଓ ନିଖିଳ ଉତ୍କଳ ଶୌଣ୍ଡିକ ସମାଜ ଅନୁକୁଲ୍ୟରେ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ବ୍ରହ୍ମପୁରଠାରେ ମହାନଗର ଶୌଣ୍ଡିକ ସମାଜର ୫ମ ବାର୍ଷିକ ମହୋତ୍ସବ ମହାନଗର ସଭାପତି ଶ୍ରୀ କୁନା ସାହୁଙ୍କ ସଭାପତିତ୍ୱରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍ଵଜାତି ସ୍ଵର୍ଗବାସୀ ଭାଇ ଓ ଅମର ସହିଦ ଯବାନମାନଙ୍କ ଉଦ୍ଦେଶ୍ୟରେ ଏକ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ତର୍ଜାତୀୟ ସ୍ତରୀୟ ପାରିବାରିକ ଶୌଣ୍ଡିକ ସମାଜର ବନ୍ଧୁ ମିଳନ ମହୋତ୍ସବ ଅବସରରେ ଭାରତୀୟ କଲଚୁରୀ ଜୟସ୍ବାଲ ମହାସଭା ମହିଳା ସଭାନେତ୍ରୀ ସୁମନ ରାଏ, ସମ୍ପାଦିକା ଆଶା ରାୟ, କୋଷଧ୍ୟକ୍ଷା ସୁନନ୍ଦା ଚୋୖଧୁରୀ, ତାମିଲନାଡୁ ରାଜ୍ୟ ସଭାନେତ୍ରୀ ବିଜୟା ଚନ୍ଦ୍ରନ, ମହିଳା ଶାଖା ପ୍ରହରୀ ଅବଧେଶ ଜୟସ୍ବାଲ, ବିଶାଖାପାଟଣା ଶୌଣ୍ଡିକ ସମାଜର ସମ୍ପାଦକ କେ. ରାମ ପ୍ରସାଦ, ରଜସ୍ତନର ଡ଼. ତେଜରାଜ ବେୱାଡା, ମହାରାଷ୍ଟ୍ରରୁ ଅଞ୍ଜୁ ରାଜା ଭୋଜ, ମଧ୍ୟପ୍ରଦେଶରୁ ଗୌରୀ ଶଙ୍କର ରାୟ, ନିଖିଳ ଉତ୍କଳ ଶୌଣ୍ଡିକ ସମାଜର ସଭାପତି ସମ୍ମାନୀୟ ଗୋବିନ୍ଦ ଚନ୍ଦ୍ର ସାହୁ, ସମ୍ପାଦକ ଉଦୟ ସାହୁ, କାର୍ଯ୍ୟକାରୀ ସଭାପତି କୋଦଣ୍ଡ ଚୋୖଧୁରୀ, ବିଦ୍ୟାଧର ପାଇକରାୟ ଓ ଅନ୍ୟ ଜିଲ୍ଲାର ସଭାପତି, ପଦାଧିକାରୀ ତଥା ଅନ୍ୟ ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ହେମ ସାହୁ, ଭୁବନେଶ୍ୱର ଚୋୖଧୁରୀ, ନାରାୟଣ ଚୋୖଧୁରୀ, ଚୈତନ୍ୟ ପ୍ରସାଦ କୃତ ଛାତ୍ରଛାତ୍ରୀ, ବୈଜ୍ଞାନିକ, ସାହିତ୍ୟିକ ଓ ସମାଜର ଅନ୍ୟ ସେଵାଵତିମାନଙ୍କୁ ସମ୍ମାନିତ କରାଯାଇଥିଲା । ଶିଶୁ ମହିଳା ଓ ଅନ୍ୟମାନଙ୍କ ମଧ୍ୟରେ ଚୌକି, ହୁଳୁହୁଳି, କୁଇଜ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ପୁରସ୍କୃତ କରାଯାଇଥିଲା । ଶୌଣ୍ଡିକ ସମାଜର ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ଆମ ଦେଶର ସର୍ବାଙ୍ଗୀନ ବିକାଶ କରିବାରେ ସମସ୍ତେ ସହଯୋଗ କରିବାକୁ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ସାହୁ, ନିର୍ମଳ ସାହୁ, ସୌମିକ ସାହୁ, ଯୁଧିଷ୍ଠିର ସାହୁ, ପ୍ରଭାତ ସାହୁ, ଭିଷ୍ମଆଚାର୍ଯ୍ୟ ଚୋୖଧିରୀ, ନଟବର ସାହୁ, ପ୍ରେମ କୁମାର ଚୋୖଧିରୀ, ସତ୍ୟ ରଞ୍ଜନ ସାହୁ, ବୃନ୍ଦାବନ ସାହୁ, ଭାସ୍କର ସାହୁ, ହରିଶଚନ୍ଦ୍ର ସାହୁ, ଜନାର୍ଦ୍ଧନ ସାହୁ, ମନୋଜ ସାହୁ, ଦମ୍ବୁରଧର ସାହୁ, ରବି ବେହେରାଙ୍କ ସମେତ ୧୬ଟି ତାଳୁକାର ସଭାପତି, ଓଡ଼ିଶାର ୩୦ ଜିଲ୍ଲାର ସଭାପତି, ସମ୍ପାଦକ ସର୍ବ ଭାରତୀୟ ସ୍ତରରୁ ଉଚ୍ଚ ପଦାଧିକାରୀ, ଅନ୍ତର୍ଜାତୀୟସ୍ତରର ଉଚ୍ଚ ପଦାଧିକାରୀଙ୍କ ସମେତ ବହୁ ଜାତିର ଭାଇ ଓ ଭଉଣୀ, ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସଭା ପରିଶେଷରେ ବ୍ରହ୍ମପୁର ମହାନଗର ସମ୍ପାଦକ ଯୁଧିଷ୍ଠିର ସାହୁ ତାଙ୍କର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ୪ ହଜାରରୁ ୫ ହଜାର ଜାତି ଭାଇ ଭଉଣୀ ଓ ବନ୍ଧୁଗଣ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





