ଅନ୍ଧବିଶ୍ୱାସର କରୁଣ ପରିଣତି : ସର୍ପାଘାତରେ ଛାତ୍ରୀର ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଆରୁହା ଗାଁର ବୁଧିଆ ସିଂର ୧୭ବର୍ଷିଆ ଝିଅ ପୂଜା ଓ ମିଥୁନ ସିଂଙ୍କ ୭ବର୍ଷର ଝିଅ ପାୟଲ ଶନିବାର ସଂଧ୍ୟାରେ ଶାଳିକୋଠା ଛକରୁ ଗାଁକୁ ଚାଲିଚାଲି ଆସୁଥିବା ବେଳେ ଏକ ବିଷଧର ସର୍ପ ପୂଜାକୁ କାମୁଡିଥିଲା । ବୁଧିଆ ସିଂ ଏହି ଘଟଣାରେ ଝିଅକୁ ଚିକିତ୍ସାପାଇଁ ଡାକ୍ତରଖାନାକୁ ନ ନେଇ ପ୍ରଥମେ ଜଣେ ଗୁଣିଆ ଓ ପରେ ରାଇବଣିଆ ସନ୍ନିକଟ ପିଞ୍ଛାବଣିଆ ଗାାଁର ଜଣେ ର୍ଚ୍ଚ ଫାଦରଙ୍କ ନିକଟକୁ ନେଇଯାଇଥିଲେ । ସେଠାରେ ଝଡାଫୁଙ୍କା ବେଳେ ପୂଜା ମୃତ୍ୟୁ ଘଟିଥିଲା । ଆଜି ତାର ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲ ରେ ଶବ ବ୍ୟବଚ୍ଛେଦ କରାଯାଇଛି । ତାର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଂଚ ହରିଶ୍ଚନ୍ଦ୍ର ଭୂୟାଁ ଓ ସମିତି ସଦସ୍ୟ ରାଜେନ୍ଦ୍ର ପାତ୍ର ଦାବି ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା