ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ଦଶହର ପୂଜାକୁ ଦୃଷ୍ଟରେ ରଖି ଅପରାଧ ନିୟନ୍ତ୍ରଣ ସହ ଟ୍ରାଫିକ ବ୍ୟବସ୍ଥା କିପରି କରାଯିବ ତାକୁ ନେଇ ଏକ ଜରୁରୀ ବୈଠକ ଆଜି ଗୁଣୁପୁର ଉପଖଣ୍ଡ ଆରକ୍ଷୀ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦାସ ଅଧକ୍ଷତା କରି ଥିବା ବେଳେ ଉପଖଣ୍ଡ ର ସମସ୍ତ ଥାନା ଅଧିକାରୀ ଯୋଗ ଦେଇ ଚଳିତ ଦଶହରା ପୂଜାରେ ଲୋକଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ତାକୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ସହ ଜନସାଧାରଣଙ୍କୁ କିପରି ସୁରକ୍ଷା ଦିଆଯିବ ଏବଂ ଅପରାଧ ନିୟନ୍ତ୍ରଣ ସହ ନୂତନ ଟ୍ରାଫିକ ବ୍ୟବସ୍ତା ଉପରେ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଟ୍ରାଫିକର ତିନି ମାସ କୋହଳ ନୀତି ପରେ କିଭଳି ଟ୍ରାଫିକ କଡାକଡି ଲାଗୁକରାଯିବ ଏବଂ ତିନି ମାସ ଅବଧି ସମୟରେ ବିଭିନ୍ନ ସ୍କୁଲ କଲେଜ ଏପରିକି ଜନସାଧାରଣଙ୍କୁ ଟ୍ରାଫିକ ଉପରେ ସଚେତନତା ଦିଆଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜକିଶୋର ଦାସ ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ