

ଛତ୍ରପୁର (ସମୃଦ୍ଧ ଓଡିଶା) ଗତ ୮/୦୯/୨୦୨୦ ରିଖ ଦିନ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବ ଛାତ୍ର ସଂସଦ ଓ +୩, ୬ଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀମାନେ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ବର୍ତ୍ତମାନର କରୋନା ସଂକ୍ରମଣ ସମସ୍ୟାକୁ ଦେଖି ଆସନ୍ତା ୨୦ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୦ରେ ହେବାକୁ ଥିବା ୬ଷ୍ଠ ସେମିଷ୍ଟାର ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ଅନଲାଇନ୍/ସେମି-ଅନଲାଇନ୍/Open-Book ମାଧ୍ୟମରେ ପରିଚାଳନା କରିବାକୁ ଅନୁରୋଧ କରିଛନ୍ତି । ଏହାପରେ ଅଧ୍ୟକ୍ଷ ସେହି ଦାବି ପତ୍ରଟିକୁ ଗ୍ରହଣ କରି ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ ପ୍ରତିଶୃତି ଦେଇଥିବା ଜଣାଯାଇଛି । ଏତତ୍ ବ୍ୟତୀତ ଏକ ଅନୁରୋଧ ପତ୍ର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ମଧ୍ୟ କରାଯାଇଛି । ପ୍ରତ୍ୟକ୍ଷ ଭାବେ ଉକ୍ତ ନିବେଦନ ପତ୍ରଟିକୁ General & Miscellaneous ବିଭାଗର ଡେପୁଟି କଲେକ୍ଟର ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ(OAS) ଗ୍ରହଣ କରି ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ ମତ ପ୍ରକାଶ କରିଥିଲେ । ତତ୍ ସଙ୍ଗେ ଜିଲ୍ଲା ପ୍ରଶାସନର ହେଲ୍ପଲାଇନ ନମ୍ବରରେ ଅନୁରୋଧ କରାଯାଇଛି । ଆସନ୍ତା ତା-୦୯/୦୯/୨୦୨୦ ରିଖ ଦିନ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର କର୍ତ୍ତୃପକ୍ଷଙ୍କୁ ପ୍ରତ୍ୟକ୍ଷ ଭାବେ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଏହି ଦାବି ପତ୍ର ପ୍ରଦାନ ସମୟରେ ପୂର୍ବ ଛାତ୍ରସଂସଦ ସଭାପତି ଜ୍ଞାନ ରଞ୍ଜନ ସାହୁ, ଉପସଭାପତି କମଲ କୁମାର ବେହେରା, ଛାତ୍ରନେତା ତାପସ ରଂଜନ ରଥ, ଜି. ନର୍ସିମା ଓ ଅନ୍ତର୍ଯ୍ୟାମୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା