ଅବକାରୀ ଓ ପୋଲିସର ମିଳିତ ଚଢାଉରେ ୬୮ଗ୍ରାମ ବ୍ରାଉନ୍ ସୁଗର ଜବତ୍-ଅଭିଯୁକ୍ତ ଗିରଫ : ପ୍ରଭାବଶାଳୀ ଧନୀ ବ୍ୟକ୍ତିଙ୍କ ପ୍ରତ୍ସାହନରେ ଚାଲିଛି ଧଳ ଜହର ବ୍ୟବସାୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଙ୍ଗର ଖଡଗପୁର ଓ ବର୍ଦ୍ଧମାନ ଅଞ୍ଚଳରୁ ବ୍ୟାପକ ବ୍ରାଉନ ସୁଗର ଆସି ଜଳେଶ୍ୱରରେ ଗଚ୍ଛିତ ରହିବା ପରେ ଓଡିଶାର ବିଭିନ୍ନ ସ୍ଥାନକୁ ପଠାଇ ଆସୁଥିବାର ବହୁ ଚାଞ୍ଚଲ୍ୟକର ପ୍ରମାଣ ଅବକାରୀ ଓ ପୋଲିସ ନିକଟରେ ରହିଛି । ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ୱର ଅବକାରୀ ଥାନା କର୍ମଚାରୀ, ବାଲେଶ୍ୱର ଜିଲ୍ଲା ମୋବାଇଲ୍ ସ୍କୁର୍ଡ ଓ ବାଲେଶ୍ୱର ଜିଲ୍ଲା ପୋଲିସର ମିଳିତ ଚଢାଉ ଫଳରେ ୬୮ ଗ୍ରାମ ଧଳା ଜହର ଜବତ୍ ହୋଇଥିବାରୁ ଜଣେ ଗିରଫ ହୋଇଛି । ସୋମବାର ମଧ୍ୟ ରାତ୍ରରେ ବାଲେଶ୍ୱର ଜିଲ୍ଲା ଅବକାରୀ ଏସ୍ପି ବିବେକାନନ୍ଦ ନାୟକ ଓ ଜିଲ୍ଲା ପୋଲିସ୍ ଏସ୍ପି ବି ଯୁଗଳ କିଶୋରକଙ୍କ ମିଳିତ ନିର୍ଦ୍ଦେଶରେ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଏକ ସଂଖ୍ୟାରଲଘୁ ବସ୍ତି ଉପରେ ଚଢାଉ ହୋଇଥିଲା । ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ ଏହି ନିର୍ଦ୍ଦିଷ୍ଟଘରେ ବ୍ୟାପକ ବ୍ରାଉନ୍ ସୁଗର କାରବାରରେ ବ୍ୟବହୃତ ହୋଇ ଆସୁଥିବାର ଜଣାଯିବା ପରେ ଏପରି ଚଢାଉ ଅବକାରୀ ଡିଏସ୍ପି ସେକ୍ ଆସପ ଅଲ୍ଲିଙ୍କ ନେତୃତ୍ୱରେ ହୋଇଥିଲା । ଏହି ୨୫ଜଣିଆ ଟିମ୍ ମୋବାଇଲ୍ ସ୍କ୍ୱାର୍ଡ ଆଇଆଇସି ଉଦେଲାଲ ନାୟକଙ୍କ ନେତୃତ୍ୱରେ ହୋଇଥିବା ବେଳେ ଆବାସ ଖାଁ(୩୦)ଙ୍କ ଘରୁ ୬୮ଗ୍ରାମ ଓଜନର ବ୍ରାଉନ୍ ସୁଗର(ହେରୋଇନ୍) ଜବତ୍ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୬ଲକ୍ଷ୮୦ହଜାର ଟଙ୍କା ହେବ ବୋଲି କୁହାଯାଇଛି । ପ୍ରକାଶଯୋଗ୍ୟ ପଶ୍ଚିମବଙ୍ଗରୁ ପ୍ରତିଦିନ ବ୍ୟାପକ ବ୍ରାଉନ୍ ସୁଗର ସଡକ ଓ ରେଳ ପଥରେ ଜଳେଶ୍ୱରକୁ ପ୍ରବେଶ କରୁଥିବା ବେଳେ ଅଳ୍ପ ସମୟ ମଧ୍ୟରେ ଜଗିରହିଥିବା ଏହି ର‌୍ୟାକେଟ୍ ତାହାକୁ ଓଡିଶାର ବିଭିନ୍ନ ପ୍ରାନ୍ତରକୁ ପହଞ୍ଚାଇ ଦେଇପାରୁଛନ୍ତି । ଅବକାରି ସ୍ୱତନ୍ତ୍ର ମୋବାଇଲ୍ ସ୍କ୍ୱାର୍ଡ କେସ୍ ନଂ ୧୫୨/୧୯ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି । ପ୍ରକାଶଯୋଗ୍ୟ ଅତୀତରେ ଅବକାରୀ ବିଭାଗ ଭୋର ସମୟରେ ସେହି ଅଞ୍ଚଳରେ ଚାଢାଉ କଲାବେଳେ କେତେକ ଦୁବୃର୍ତ୍ତ ଆସାମୀ ସହିତ ବ୍ରାଉନ୍ ସୁଗରକୁ ଛଡାଇ ନେଇଥିବାର ସେ ସମୟରେ ଆଲୋଚ୍ୟର ବିଷୟ ହୋଇଥିଲା । ବ୍ରାଉନ୍ ସୁଗର ଘଟଣାରେ ଜଳେଶ୍ୱର ଅଞ୍ଚଳରେ ୩୨ଜଣ ସଂଦିଗ୍ଧ ବ୍ୟକ୍ତି ଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପୁଲିସ୍ ଓ ଅବକାରୀ ବିଭାଗ ଗିରଫ କରିଥିବା ତଦନ୍ତକାରୀ ଜଣେ ଅଫିସ ତାଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଜଳେଶ୍ୱର ଅଞ୍ଚଳର କେତେକ ପ୍ରଭାବଶାଳୀ ଧନୀ ବ୍ୟକ୍ତି ଏହି ଚୋରା ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ କୋଟି କୋଟି ଟଙ୍କାର କରଜ ଦେଇ ମାଲେମାଲ ହୋଇ ଆସୁଛନ୍ତି । ସେମାନଙ୍କର ସମସ୍ତ ତଥ୍ୟ ହସ୍ତଗତ ହୋଇଥିବା ସମ୍ପର୍କରେ ଅଧିକାରୀ ଜଣକ କହିଛିନ୍ତି । ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଓମ୍ପା ମାରାଣ୍ଡି, ଦୋଳଗୋବିନ୍ଦ ଧଳ, ଭାସ୍କର ଚନ୍ଦ୍ର ବେହେରା, ଚନ୍ଦ୍ର ସେଠୀ, ସେକ୍ କଲିମ୍, ଅଞ୍ଜନ ଜେନା, ପ୍ରହ୍ଲାଦ ବିଶ୍ୱାଳ, ମିନତି ଜେନା, ସୃଷ୍ଟିଧର ଦେହୁରୀ, ମଙ୍ଗଳ ସିଂ, ରାଜୀବ ଭଞ୍ଜ, କୁମୁଦିନୀ ସଁ, ଶଶୀ ସାହୁ ଓ ୮ଜଣିଆ ଏପିଆର୍ ପୋଲିସ୍ ସହାୟତାରେ ଚଢାଉ କାର୍ଯ୍ୟ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା