
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଛତ୍ରପୁର ଅବକାରୀ ଅଧିକାରୀ, ଛତ୍ରପୁର ଏଏସଆଇ ଓ ଷ୍ଟାଫ ଚୋରା ମଦ ଧରିବା ପାଇଁ ବିଭିନ୍ନ ସ୍ଥାନ ଧରାପଗଡ଼ କରିଥିଲେ ।୧ ଅଗଷ୍ଟ ୨୦୧୯ ସନ୍ଧ୍ୟା ସମୟରେ ଚୋରା ମଦ ଚାଲାଣର ଖବର ପାଇ ଅବକାରୀ ଓଆଇସି ଓ ଷ୍ଟାଫ ଲଣ୍ଡବାଉଁଶ ଗ୍ରାମ ରାସ୍ତାରେ ଗୋଟିଏ ସିଡ଼ି ଡେଲୁକ୍ସ ବାଇକ (CD Deluxe Bike)ରେ ଦୃତ ଗତିରେ ଆସୁଥିବା ସମୟରେ ଅଟକାଇ ତଲାସୀ କରି ୮.୬୪୦ଲିଟର ନକଲି Royal Stag IMFL ଜବତ କରିଥିଲେ । ଏ ସଂକ୍ରାନ୍ତରେ ଦୁଇ ଜଣ ଅନିଲ ସାହୁ ଓ ନୀଳମାଧବ ପାତ୍ରଙ୍କୁ ଗିରଫ କରାଯାଇଥିଲା । ୨ ଅଗଷ୍ଟ ୨୦୧୯ରେ ଅନ୍ୟ ଏକ ଚଢ଼ାଉରେ ଜାହଲ ସାହୁଙ୍କୁ ୮.୫ ଲିଟର ମହୁଲି ଭାଟି ମଦ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି । ଚଢାଉରେ ଇନ୍ସପେକ୍ଟର ଗଙ୍ଗାଧର ପାଇକରାୟ, ଓଆଇସି ଉମାକାନ୍ତ ସ୍ୱାଇଁ, ଏଏସଆଇ ଅଭିରାମ ପଟ୍ଟନାୟକ, ଜଗନ୍ନାଥ ଶତପଥୀ, ଜି.କାମେଶ୍ୱର, ବସନ୍ତ ଜେନା, ସୁରଜିତ ପ୍ରଧାନ, ମନୋରଞ୍ଜନ ସେଠି ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା