ଅବକାରୀ ଚଢାଉ ୪ ଗିରଫ : ୭୪ଲିଟର ପଶ୍ଚିମବଂଗ ମାର୍କା ଦେଶୀ ମଦ ଜବତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଂଗରୁ ଉପାନ୍ତ ଜଳେଶ୍ୱର ଅଂଚଳକୁ ପ୍ରତିଦିନ ହଜାର ହଜାର ଲିଟର ପଶ୍ଚିମବଂଗ ମାର୍କା ଦେଈି ଓ ବିଦେଶୀ ମଦ ଚାଲାଣ ହୋଇ ଆସୁଥିବା ବେଳେ ବାଲେଶ୍ୱର ଜିଲା ଅବକାରୀ ଜିଲା ଏସ୍ପି ବିବେକାନନ୍ଦ ନାୟକ ଏକ ଟାସ୍କ ଫୋର୍ସ ପଠାଇଥିଲେ । ସଦରରେଞ୍ଜ ଆଇଆଇସି ଅଜୟ କୁମାର ବେହେରାଙ୍କ ତତ୍ୱାବଧାନରେ ଜଳେଶ୍ୱର ଆଇଆଇସି ହରପ୍ରସାଦ ରଣାଙ୍କ ନେତୃତ୍ୱରେ ଏକ ୧୦ଜଣିଆ ଟିମ୍ ଜଳେଶ୍ୱର ଥାନା ଅନ୍ତର୍ଗତ ଶିଖରପୁର ଗାଁର ମିନାରାଣୀ ଜେନା, ଚାଲନ୍ତି ଗାଁର ପଦ୍ମିନୀ ସିଂ, ବେଲପଦା ଗାଁର ହୀରା ମାରାଣ୍ଡି ଓ ଆର୍ଆର୍ପୁର ଗାଁ ସୁନିଲ କିସ୍କୁଙ୍କ ଘରେ ଚଢାଉ କରି ମୋଟ ୭୪ଲିଟର ଦେଶି ରନ୍ଧା ମଦ(ପଶ୍ଚିମବଂଗ ମାର୍କା) ଜବତ୍ କରିଥିଲେ । ଏହି କାର୍ଯ୍ୟକ୍ରମରେ ବସ୍ତା ଅବକାରୀ ଥାନା ଆଇଆଇସି ଅମ୍ପା ମାରାଣ୍ଡି, ଏଏସ୍ଆଇ ଦୋଳଗୋବିନ୍ଦ ଧଳ, କନେଷ୍ଟବଳ ମିନତୀ ଜେନା, କୁମୁଦିନୀ ସୋ, ଶଶିକାନ୍ତ ସାହୁ, ରାଜୀବ ଭଂଜ, ମଙ୍ଗଲ ସିଂ ଓ ଦୃଷ୍ଟିଧର ଦେହୁରୀ ପ୍ରମୁଖ ସାମିଲ ହୋଇଥିଲେ । ପଶ୍ଚିମବଂଗରୁ ଓଡିଶାକୁ ଆସୁଥିବା ଏପରି ଚୋରା ମଦ ରୋକିବାଲାଗି ବ୍ୟାପକ କାର୍ଯ୍ୟକ୍ରମ ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି ।

ରିପୋର୍ଟ : ଭୂପତି କୁମାର ପରିଡା