

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦେଶ କ୍ରମେ ଆଜି ଖଲ୍ଲିକୋଟର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୧୩୮ଲିଟର ବେଆଇନି ଦେଶୀ ମଦ ଜବତ କରିବା ସହିତ ଦୁଇ ଗୋଟି ହିରୋ ମୋଟର ସାଇକେଲ ସହିତ ଗୋଟିଏ ଟିଭିଏସ ଏକ୍ସଏଲ ୧୦୦ ଜବତ କାରାଯାଇଛି । ଏହି ଚଢ଼ାଉରେ ଭେଜିପୁଟ ଗ୍ରାମର ନିର ନାୟକ, କୁସନପୁର, କୋଦଳା ଅଞ୍ଚଳର ହୃଷିକେଶ ଭୂୟାଁ ଓ ବାଗଲପୁର ଅଞ୍ଚଳର ଦଣ୍ଡପାତି ବେହେରାଙ୍କୁ ଗିରଫ କରି ଅଦାଲତରେ ହାଜିର କରାଯାଇଛି । ଏଥିରେ ଅବକାରୀ ନିରିକ୍ଷୀକା ଦିପ୍ତିମୟୀ ସାହୁ, ଅବକାରୀ ଅଧିକାରୀ ଖଲିକୋଟ ଉମାକାନ୍ତ ସ୍ୱାଇଁ ଓ ଷ୍ଟାଫ ଅଂଶ ଗ୍ରହଣ କରିଥିଲେ । ଲକଡାଉନ ଯୋଗୁଁ ସରକାରୀ ମଦ ଦୋକାନ ବନ୍ଦ ଥିବା ହେତୁ ଚୋରା ମଦର ଚାଲାଣ ବଢି ଥିଲେ ମଧ୍ୟ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଜାରି ରହିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା