ଅବକାରୀ ବିଭାଗର ଚଢ଼ାଉ : ୬୫୦୦ ଲିଟର ରନ୍ଧା ମଦ ଜବତ…

ଦିଗପହଣ୍ଡି(ସମୃଦ୍ଧ ଓଡିଶା) କଟକ ଅବକାରି ଗୋଇନ୍ଦା ବିଭାଗ ଓ ବ୍ରହ୍ମପୁର, ଚିକିଟି, ଦିଗପହଣ୍ଡି ପ୍ରମ୍ମୁଖ ଅବକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଜୁଆଣପଲ୍ଲି , ବିଛାପଟା , ଶ୍ୟାମସୁନ୍ଦରପୁରୁ ଉପରସାହି ମଝିସାହି , ଚାକୁଣ୍ଡାପଲ୍ଲି, ମେଘଝୋଳି ଆଦି ଗ୍ରାମରେ ବେଆଇନ ଭାବରେ ଚାଲିଥିବା ମଦ ଭାଟି ଉପରେ ଚଢ଼ାଉ କରି ପୋଚ ରନ୍ଧା ମଦ ୬୫୦୦ ଲିଟର ନଷ୍ଟ କରାଯାଇଥିବା ଖବର ମିଳିଛି । କଟକ ଗୋଇନ୍ଦାମୁଖ୍ୟ ଡି.କେ.ପଲେଇ,ଆସିସ୍ଟାଣ୍ଡ କଲକ୍ଟର ଡି.ମାଲେସ୍ୱର ପାତ୍ର ,ବ୍ରହ୍ମପୁର ଅବକାରି ଅଧିକାରୀ ସଦର ରୋସନ ହଂସଦା, ବ୍ରହ୍ମପୁର ମୋବାଇଲ ଇନସପେକ୍ଟର ବାଳକୃଷ୍ଣ ପରିଡା , ଦିଗପହଣ୍ଡି ଅଭିରାମ ସାହୁ, ଦକ୍ଷିଣାଞ୍ଚଳ ଅବକାରି ଗୋଇନ୍ଦା ବିଭାଗ ସଞ୍ଜୟ କୁମାର ତାଣ୍ଡି , ଫ୍ଳାଇଙ୍ଗ ସ୍କ୍ୱାଡ ଶୁଷାନ୍ତ କୁମାର ପାଢି, ଚିକିଟି ରେଞ୍ଜର ଲକ୍ଷଣ ଶଡଙ୍ଗି, ଏପିଆର ଫୋର୍ସ ଙ୍କ ସମେତ ୫୦ରୁ ଅଧିକ ସହକର୍ମିଙ୍କୁ ନେଇ ଏକ ଟିମ ଏହି ଚଡାଉ କରିଥିଲେ । ମଦ ରନ୍ଧା ପୋଚ ନଷ୍ଟ କରାଯାଇଥିଲେ ମଧ୍ୟ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା କୌଣସି ଲୋକଙ୍କୁ ଧରିବାରେ ସଫଳ ହୋଇ ନ ଥିବା ଜଣା ପଡିଥିବା ବେଳେ ଜୁଆଣପଲ୍ଲିଗ୍ରାମର ରମେଶ ବେହେରାଙ୍କ ୪୦ ଲିଟର ବିକ୍ରିମଦ ଜବତ କରାଯାଇଥିବା ଜଣାଯାଇଛି ।

ରିପୋର୍ଟ:ପ୍ରଫୁଲ୍ଲ ସାବତ