ଅବକାରୀ ବିଭାଗର ଚଢାଉ : ୬ ଗିରଫ ସହ ୧୭୬ ଲିଟର ଚୋରାମଦ ଜବତ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଉତ୍ତର ବାଲେଶ୍ୱରରେ ବ୍ୟାପକ ଚୋରାମଦ କାରବାର ଚାଲିଥିବା ଜଣାଯିବା ପରେ ଅବକାରୀ ଏସ୍‌ପି ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ଓଆଇସି ହରପ୍ରସାଦ ରଣାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କାର୍ଯ୍ୟ କରାଯାଇଛି । ଉତ୍ତର ବଲେଶ୍ୱରରେ ଗଢାଯାଇଥିବା ଏହି ଟିମ୍‌ରେ ଜଳେଶ୍ୱର ଅବକାରୀ ଓଆଇସି ଶ୍ରୀ ରଣା, ବସ୍ତା ଅବକାରୀ ଏଏସ୍‌ଆଇ ମାନଗୋବିନ୍ଦ ମହାପାତ୍ର, ରାଜୀବ କୁମାର ଭଂଜ, ମଂଗଲ ସିଂ, ମିନତୀ ଜେନା, ଶଶିକାନ୍ତ ସାହୁ, ବାବାଜୀ ପଣ୍ଡିତ, ସୃଷ୍ଟିଧର ଦେହୁରୀ ସାମିଲ ହୋଇଥିଲେ । ଏହି ଟିମ୍ ପକ୍ଷରୁ ଭୋଗରାଇ ଥାନାର ବାରବାଟିଆ, ଚନ୍ଦନେଶ୍ୱର, ବସ୍ତା ଥାନାର ପତ୍ରଝଡା, କରଞ୍ଜିଆ, ରୂପ୍‌ସା ଥାନାରା ଲଛମନ ଖୁଣ୍ଟା, ନୂଆଗାଁ, ସିଂଲା ଥାନାର ଜାମଶୋଳିରେ ଚଢାଉ କରାଯାଇ ୧୭୬ଲିଟର ଚୋରାମଦ ଜବତ୍ ହୋଇଛି । କରଞ୍ଜିଆ ଗାଁର ଝୁମୁରୀ ରାମ, ନୂଆଗାଁର ମଙ୍ଗଳ ବେସ୍ରା, ଜାମଶୋଳିର ସାଲେଗେ ମୁର୍ମୁ, ଲଛମନଖୁଣ୍ଟାର ସୁବାଶ ଚନ୍ଦ୍ର ମଢୁଆଳ, ବାରବାଟିଆର ବାସନ୍ତି ଟୁଡୁ ଓ କୁଆଁର ହାଁସଦାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏପରି ଏକ ବଡ ଧରଣର ଚଢାଉ ପରେ ଆଜି ମଙ୍ଗଳବାର ଚୋରା ମଦ ବ୍ୟବସାୟୀଙ୍କ ମନରେ ଛନକା ପଶିଛି ।

ରିପୋର୍ଟ : ଭୂପତି କୁମାର ପରିଡା