

“ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ର୍ଭବତି , ଅଭ୍ୟୁଥାନମ୍ ଅଧର୍ମସ୍ୟ ତଦତ୍ମନଂ ସୃଜାମ୍ୟହମ୍ …..। ଶ୍ରୀମତ ଭାଗବତ ଗୀତାର ଚତୁର୍ଥ ଆଧ୍ହାୟ ଦିବ୍ୟ ଜ୍ଞାନ ଯୋଗରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ମନରୁ ସଂଶୟ ଦୂର କରିବାକୁ ଯାଇ ନିଜ ମୁଖରେ ବ୍ୟକ୍ତ କରିଅଛନ୍ତି ଯେତେବେଳେ ଏବଂ ଯେଉଁଠାରେ ଧର୍ମର ଗ୍ଲାନି ଦେଖାଦିଏ ଏବଂ ଅଧର୍ମର ଅଭ୍ୟୁଥାନ ହୁଏ ସେତେବେଳେ ସେ ସାଧୁ ସନ୍ଥ ମାନଙ୍କୁ ଉଦ୍ଧାର କରିବାପାଇଁ ଏବଂ ପାପୀମାନଙ୍କୁ ବିନାଶ କରି ଧର୍ମସନ୍ଥପନା କରିବାପାଇଁ କଳ୍ପ କଳ୍ପନ୍ତରେ ସାକାର ରୂପରେ ଲୋକଙ୍କ ସମ୍ମୁଖରେ ଆବିର୍ଭୂତ ହୋଇଥାନ୍ତି । ପରଂବ୍ରହ୍ମ ସନାତନ ପରମେଶ୍ବର ପୃଥିବୀପୃଥରେ ବିଚିତ୍ରବର୍ଣ୍ଣ ଶିଳ୍ପୀଟିଏ ହୋଇ ଅତି ସତର୍କତାରେ ଛପନକୋଟି ଜୀବଜନ୍ତୁ ସୃଷ୍ଠି କରିଅଛନ୍ତି। ସ୍ୱ ହସ୍ତ ନିର୍ଗତ ତରଣୀର ମଙ୍ଗୁଆଳ ସାଜିଛନ୍ତି ବୁଦ୍ଧି, ବିବେକ, ଜ୍ଞାନ,ଧ୍ୟାନ ଥିବାଜୀବ ମଣିଷକୁ ସେଦିନର ବଲ କଳ ପିନ୍ଧି ବନଜଙ୍ଗଳରେ ଦଲବଧହୋଇ କଞ୍ଚା ମାଂସ ତଥା ଗଛର ଫଳମୁଲଖାଇ ଜୀବିକା ନିର୍ବାହ କରୁଥିବା ଆଦିମ ମଣିଷ ସମୟର ବିବର୍ତନ ହେଉ ବା ସମୟର ପରିବର୍ତ୍ତନଶୀଳ ଚକ୍ରରେ ଗାଦିଗଡ଼ି ପାଲଟି ଯାଇଛି ଆଜିର ସଭ୍ୟ ମଣିଷ ।ସଭ୍ୟ ମଣିଷ କହିଲେ କେତେକାଂଶରେ ଭୁଲହେଇପାରେ । ପାଲଟିଛି ଆଜିର ଆଧୁନିକ ମଣିଷ । ଚକଚକ୍ୟର ମଣିଷ । ଦଶନନଠାରୁ ଚୂରେଇଆଣି ସାଜିଛି ବହୁମୁଖୀ ମଣିଷ ।ଲୋଭାଗ୍ରସ୍ତ ମଣିଷ। ବୁଦ୍ଧି ବିବେକ ହରାହୋଇ ଇନ୍ଦ୍ରିୟ ଦ୍ୱାରା ପରିଚାଳିତ ହେଉଛି ।ଅସାମାଜିକ କାର୍ଯ୍ୟ ,ପର ନିନ୍ଦା, ପର ସ୍ତ୍ରୀ ହରଣ , କପଟ ଛଳନାର ମୁଖା ପିନ୍ଧି କୁ କାର୍ଯ୍ୟରେ ଲିପ୍ତ ରହୁଛି । ଉଦ୍ଦେଶ୍ୟ ଜୀବନ ଯାତ୍ରାର ଗତିପଥରେ ଅନ୍ୟକୁ ପାଦତଳେ ମାଡିଦଳି ପାହାଚ ଉପରେ ପାହାଚ ଅତିକ୍ରମ କରି ଆଗକୁ ଆଗକୁ ଚାଲିବା ।ବାହ୍ୟ ଆଭରଣ ବେଶ ଚାକଚକ୍ୟ ପୂର୍ଣ୍ଣ ହେଲେ ଭିତରଟା ସମ୍ପୂର୍ଣ୍ଣ ଫମ୍ପା ଆଉ ଶୂନ୍ୟ ହେଲେ ଆଜିର ମଣିଷ ନିଜର ସଫଳତା ହାସଲ କରି କରୁ ଅସହାୟ ହୋଇପଡେ ।ଲୋଭାଗ୍ରସ୍ତହୋଇ ଅକଳାନ୍ତୁ କୁକର୍ମ କରେ ।
ମଣିଷ ଏକ ଶ୍ରେଷ୍ଠ ସାମାଜିକ ପ୍ରାଣୀ।
ପରିବାର ଠାରୁ ଆରମ୍ଭ କରି ସମାଜ ,
ଏପରିକି ରାଷ୍ଟ୍ର ଗଠନ କରିବାର ମୂଳ ଉତ୍ସ ।ସମାଜ କିମ୍ବା ରାଷ୍ଟ୍ର ଗଠନ କରିବତ ଦୂର କଥା ନିଜକୁ ଗଢି ତୋଳିବାରେ ସେ ଅସମର୍ଥ ହୋଇପଡିଛି । ତାକୁ ଅହଂତ୍ୱ, ମୁଁ, ସର୍ବସ୍ୱ ଭାବନା ଗ୍ରାସ କରିଛି ।ପ୍ରତ୍ୟକଟି ମଣିଷ ପରିବାର ,ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ ଏପରିକି ନିଜଠାରୁ ଦୁରେଇ ଯାଇଛି ।ଅନେକ ଦୂରକୁ ।ଖସିଗଲା ପାଦ ତଳକୁ ତଳକୁ ନିରସାର କଳା ବାଦଲ ଅନ୍ଧାରୁଆ କରିଦିଏ ତାର ଚତୁର୍ଦ୍ଦିଗକୁ। ତା ସମ୍ମୁଖରେ କୁଢ଼ କୁଢ଼ ହତାଶା ।ଆଉ ପୁଞ୍ଜ ପୁଞ୍ଜା ଅଶାନ୍ତିର ପିରାମିଡ। ନଭଶ୍ଚୁମ୍ଭୀ ଅଟ୍ଟାଳିକା ତୂଳୀତଳ୍ପ ଶଯ୍ୟା ହେଉ କିମ୍ବା ହେଉ ପୂର୍ଣ୍ଣ କୁଟୀର ଝାଟିମାଟି ଘରର ହନେସ ଉପରେ ଅଧା ସିଲେଇ କନ୍ଥାର ବିଛଣା ଶାନ୍ତି ନିଦ୍ରା ସୁଦୂର ପରହତ ।ମାନସିକ ଯନ୍ତ୍ରଣାରେ ଛଟପଟ ।ସବୁଅଛି ପୁଣି କିଛିନାହିଁ । ନିଜର ଆତ୍ମଜନଙ୍କୁ ହରାଇ କପୋତ କପୋତି ବୃକ୍ଷ ଡାଳରେ ବହୁଣିଲାପରି ଆଜିର ମଣିଷର ଆତ୍ମା କେଉଁ ଏକ ଅଜଣା ଅଭାବରେ ସବୁଥାଇ କିଛି ହରାଇଲାର ଅଭାବରେ ନିରୋଳାରେ ବାହୁନି ବାହୁନି କାନ୍ଦିଉଠେ ।ନିରସାର ଭାବନା ତା ମୁଖରେ ଖେଳିଯାଏ ।
ପ୍ରଖର ଜଳ ସୃତ ଘୂର୍ଣ୍ଣିବାତ୍ୟାର ଉନ୍ମତ୍ତ ବତାସ ମୂର୍ତ୍ତିକା କ୍ଷୟ କଲାପରି ଆଜିର ଆଧୁନିକ ସଭ୍ୟ ମଣିଷ ପାଖରୁ ସାମାଜିକ ରୀତି ନୀତି,ଚାଲିଚଳନ ,ପରମ୍ପରା ,ମାନବିକତା , ସାଧୁତା, ସତ୍ୟବାଦିତା, ସର୍ବୋପରି ସାମାଜିକ ସଂସ୍କୃତିପରହତ ହୋଇ ସାମାଜିକ ଅବକ୍ଷର ମୂଳ ସୂତ୍ରଧର ସାଜିଛି ।ଆଜିର ଆଧୁନିକ ସମାଜରେ ପରମେଶ୍ବର ଆଉ କୃପାଯଲଙ୍କରପ୍ରଭୁଭକ୍ତଭାଵ, ରାମ ଲକ୍ଷ୍ମଣଙ୍କର ଭାତୃତ୍ୱ , କିମ୍ବା କୃଷ୍ଣ ସୁଦାମାଙ୍କର ବନ୍ଧୁତ୍ୱ ଦୁଃ ସ୍ୱପ୍ନ ।କେବଳ ଛଳନାର ଅନେକ ସ୍ମିତ ହାସ୍ୟ ।ଅଢେଇ ଦିନିଆ ଘର ସଂସାର ।ଜନ୍ମ ଥିଲେ ମୃତ୍ୟୁ ଅଛି।ଧ୍ରୁବ ସତ୍ୟ।ସମସ୍ତଙ୍କର ଅପେକ୍ଷାସେଇ ଆଗତ ତ୍ରିକାଲ ସନ୍ଧ୍ୟାକୁ ।ସୂର୍ୟୋଦୟ ପ୍ରାତଃ କାଳରେ ହୁଏ ଜନ୍ମ ।ମଧ୍ୟକାଳରେ ସୂର୍ଯ୍ୟଙ୍କର ତେଜିଆନ କିରଣ ପରି ଯୁବାବସ୍ଥାରେ ପରାକ୍ରମ ଆଉ ପ୍ରଦୋସ ସଂଧ୍ୟାକାଳ ବା ତ୍ରିକାଳର
ସୂର୍ଯ୍ୟ ଅଷ୍ଟମୀତ ହେଲାପରି ମଣିଷ ସନ୍ଧ୍ୟା ଉପନୀତ ହୋଇଯାଏ ।
ଅସ୍ତମୀତ ହୋଇଯାଏତାର ଜୀବନର ସୂର୍ଯ୍ୟ ।ଆଗମନ କରିଥିବା ଇଲାକକୁ ପୁଣି ହୁଏ ପ୍ରତ୍ୟାବର୍ତ୍ତନ ।ସବୁ ଜାଣି
ମଣିଷ ଅଜ୍ଞ ହୋଇଯାଏ । କାରଣ ସେ ପାଞ୍ଚିନ୍ଦ୍ରିୟରେ ବଶୀଭୂତ ।
ଆଜିର ପିତା ମାତା ନିଜର ପିଲାଙ୍କୁ ଅତ୍ୟାଧୁନିକ ପ୍ରଣାଳୀରେ ପ୍ରସ୍ତୁତ ପିଲାଙ୍କର ଖାଦ୍ୟ ବେବି ଫୁଡ଼ ଖୁଆଇ ହୃଷ୍ଟପୃଷ୍ଟ କରି ଘରୋଇ ଟିଉସନ ମାଷ୍ଟର ନିଯୁକ୍ତି ଦେଇ ଭଲପଢ଼ାଇ ଉଚ୍ଚ ପଦାଧିକାରୀଟିଏ କରିବାର ସ୍ୱପ୍ନ ଦେଖନ୍ତି ।କେବେବି ଭାବେନି ତାର ପିଲା ପାଠ ସହ ସାମାଜିକ ଶୃଙ୍ଖଳା ବା ଗୁଣାତ୍ମକ ଶିକ୍ଷା ଲାଭ କରି ଭଲ ମଣିଷଟିଏ ହେଉ । ଆଜିର ମଣିଷ ସ୍ବାର୍ଥ ସାଧନାରେ ଲାଗିପଡନ୍ତି । କାରଣ ଏ ସ୍ବାର୍ଥ ମଣିଷ ଜାଗ୍ରତ କିନ୍ତୁ ଅସଚେତନ ।ଆଗପଟେ ତାଲା କିନ୍ତୁ ପଛ ଖୁଲା ।ସମସ୍ତେ ଦୌଡ ପ୍ରତିଯୋଗିତାରେ ଟପ୍ପର ହେବାପାଈଁ
ପଡିଉଠି ନିଜର ଆଣ୍ଠୁ ଛିଣ୍ଡାଇଲା ପରେବି ସଚେତନ ନୁହନ୍ତି ।ସମସ୍ତେ
ପ୍ରକୃତ ଅନ୍ୱେଷଣଠାରୁ ଦୂରେଇ ଆନାହୁତ ମରୀଚିକା ପଛରେ ଧାଇଁବାରେ ବ୍ୟସ୍ତ ।ଆଜିର ମାନବ ସମାଜ ସଚେତନ ହେଲେ ଏ ରାଷ୍ଟ୍ର ରାମ ରାଜ୍ୟରେ ପରିବର୍ତ୍ତନ ହୋଇଯିବ । ଯେଉଁଠି ବିରାଜମାନ କରୁଥିବ କେବଳ ଶାନ୍ତି, ଦୟା, କ୍ଷମା ଆନ୍ତରିକତା ଆଉଭକ୍ତିଭାବନା। ପ୍ରଜାନୁରଞ୍ଜକରଘୁକୁଳ ତିଳକ ଦଶରଥ ସୁତ ପ୍ରଭୁ ରାମଚନ୍ଦ୍ର କେବଳ ପ୍ରଜା ହିତ ନିମିତ୍ତ ନିଜର ପ୍ରାଣପ୍ରିୟା ହ୍ରୁଦପଦ୍ମିନୀ ଦେବୀ ସୀତାନକୁଅନ୍ତଃସତ୍ୟୁଅବସ୍ଥାରେ ପାଖରୁ ଅନ୍ତର କରିଥିଲେ ।
କବି ଗଙ୍ଗାଧର ମେହେରଙ୍କ ଉକ୍ତିରେ—-
ହୃଦସିନା ଜଳେ ବିଦ୍ୟୁତ ଅନଳେ
ଜଳଦାନେ ଘନ ବାଧ୍ୟ,
ମୁଖ ତେଜି ରାଜା ତୋଷିବ ପରଜା
ତେବେତ ପରମାରାଧ୍ୟ ।
ଆଜିର ମଣିଷ କେବଳ ନିଜର ସୁଖକୁ ପ୍ରାଧାନ୍ୟ ଦେଉଛି ।
କେତେଦିନ ଧନ ଧାନ୍ୟ,ଆତ୍ମବଧିମାର ପାହାଡ଼ ଉପରେ ଦଣ୍ଡାୟ ମାନହୋଇ ନିଜର ଅସହାୟ ତାକୁ ଦର୍ପଣରେ ନିଜ ମୁଖାଦେଖିଲାଭଳି ଆଉ କେତେଦିନ ଦେଖଥିବ।ଯେତେଦିନପର୍ଯ୍ୟନ୍ତ ସାମାଜିକ ଗ୍ଲାନିଦୁର କରିବାକୁ ପରମେଶ୍ବର ଙ୍କର ଶୁଭାଶିଷ ଏ ମଣିଷ ଉପରେ ବୃଷ୍ଟି ନହୋଇଛି ସେତେଦିନ ପର୍ଯ୍ୟନ୍ତ ।
ସର୍ବେ ଭବନ୍ତୁ ଶୁଖିନଃ ”””””‘
ସରିତା ମହାନ୍ତି ।
ଶିକ୍ଷୟିତ୍ରୀ ।
ବାଲିଆପାଳ ।
ବାଲେଶ୍ଵର ।⭐?