ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱରବ୍ଲକ ଅନ୍ତର୍ଗତ ପାଇକସିଦା ପଂଚାୟତ ଅଧିନ ଚିତ୍ରମିଶ୍ରର ନୋଡାଲ ଉପ୍ରା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାନାଥ ଜେନାଙ୍କୁ ରବିବାର ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ସମ୍ବଦ୍ଧର୍ନା ସଭାରେ ବରିଷ୍ଠ ଶିକ୍ଷକ ହେମନ୍ତ କୁମାର ଦଳେଇ ପୌରହିତ୍ୟ କରିଥିଲେ । ମୁଖ୍ୟଅତିଥିରୂପେ ଜଳେଶ୍ୱର ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ସୁଧାଂଶୁ ସେଖର ଜେନା, ପୂର୍ବତନ ବିଇଓ ବିଜୟ କୁମାର ନାଥ, ଏବିଇଓ ବନବିହାରୀ ଦାସ ଅଧିକାରୀ ଓ ସୁଶାନ୍ତ କୁମାର ଜେନା, ସିଆର୍ସିସି ରାମଚନ୍ଦ୍ର ଜେନା, ପୂର୍ବତନ ସରପଂଚ ରମାନାଥ ଗିରି ପ୍ରମୁଖ ଯୋଗ ଦେଇ ବିଦାୟୀ ପ୍ରଧାନ ଶିକ୍ଷକ ରମାନାଥ ଜେନାଙ୍କ ଦୀର୍ଘବର୍ଷର ଶିକ୍ଷକତା ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ତାଙ୍କର ସ୍ନେହ ଶ୍ରଦ୍ଧା ସଂପର୍କରେ ବିସ୍ତୃତଭାବେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ସୁଶାନ୍ତ କୁମାର ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଶିକ୍ଷକ କାମିନୀକାନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା