ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକର ରା.ରା.ପୁର ପଞ୍ଚାୟତ ଜମାଳପୁର ଅସ୍ଥାଈ ସଙ୍ଗରୋଦ୍ଧ କେନ୍ଦ୍ରରେ ସରପଞ୍ଚ ପ୍ରତିନିଧି ପ୍ରବୀର କୁମାର ଦାସଙ୍କ ନେତୃତ୍ୱ ରେ ଗୋଟିଏ ପରେ ଗୋଟିଏ ଅଭିନବ ଉପାୟରେ କାର୍ଯକ୍ରମ ଚାଲୁ ରଖି ଥିବା ସମସ୍ତଙ୍କୁ ଚକିତ କରିଛି । ଘଟଣାରୁ ଜଣା ପଡ଼ିଛି ଯେ, ଜମାଳପୁର ଅସ୍ଥାଇ ସଙ୍ଗରୋଦ୍ଧ କେନ୍ଦ୍ରକୁ ଗତ ତା-୧୯/୬/୨୦ରେ ରା.ରା.ପୁର ଗ୍ରାମର ବିମଳ ଜେନା ସ୍ତ୍ରୀ ପୁଷ୍ପଲତା ଜେନା ଓ ୪ ବର୍ଷର ପୁତ୍ର ଶୁଭମ ଜେନା ଦିଲ୍ଲୀରୁ ଆସି ପହଞ୍ଚି ଥିଲେ । ଗତ କାଲି ଅପରାହ୍ନ ୪ ଘଟିକାରେ ତା-୧/୭/୨୦ ରିଖରେ ତାଙ୍କର ପୁତ୍ର ଶୁଭମର ଜନ୍ମଦିନ ଥିବାରୁ, ଘରେ ତାହା ପାଳନ ହୋଇ ନ ପାରିବାରୁ ଦୁଇଦିନ ପୂର୍ବରୁ ମାତା ପୁଷ୍ପଲତା ବହୁତ ଦୁଃଖ ଅନୁଭବ କରୁ ଥିବାରୁ ସରପଞ୍ଚ ପ୍ରତିନିଧି ପ୍ରବୀର ଦାସ କେନ୍ଦ୍ରରେ ସାମାଜିକ ଦୂରତ୍ୱ ଅବଲମ୍ବନ ପୂର୍ବକ ଶୁଭମର ଜନ୍ମଦିନ ବେଲୋନ ଦ୍ଵାରା ସୁସଜ୍ଜିତ ହୋଇ ଧୁମଧାମରେ ପାଳିତ କରାଇ ଥିବା ଜଣା ପଡ଼ିଛି । ଏହି କାର୍ଯକ୍ରମରେ କେକ କାଟିବା ସହିତ ସଙ୍ଗରୋଦ୍ଧ କେନ୍ଦ୍ରରେ ଥିବା ୯୦ ଜଣ ପ୍ରବାସୀଙ୍କୁ ମିଷ୍ଟାନ୍ନ ଓ ଜଳଖିଆ ଦିଆ ଯାଇ ଥିବାବେଳେ ସମସ୍ତ ପ୍ରବାସୀଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳି ଯାଇ ଥିଲା । ଏହି କାର୍ଯକ୍ରମକୁ ସଙ୍ଗରୋଦ୍ଧ କେନ୍ଦ୍ରର ପରିଚାଳନା କମିଟିର ସପନ କୁମାର ଦାସ, ଆଇନଜୀବି ବିନୋଦ କୁମାର ଗିରି, ଭାଗୀରଥ ପାଳ, ମନୋରଞ୍ଜନ ଦଳାଇ, କିରଣ କୁମାର ବେହେରା, ସୁଶାନ୍ତ ଦାସ, ନରୋତ୍ତମ ଦାସ, ସୁବାସ ଚନ୍ଦ୍ର ବେହେରା, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଦୁଇ ଗ୍ରାମରକ୍ଷୀ ଉପସ୍ଥିତ ଥିଲେ । ପୂର୍ବରୁ ଏହି କେନ୍ଦ୍ରରେ ସରପଞ୍ଚ ପ୍ରତିନିଧି ପ୍ରବୀର ଦାସ ଜଣେ ଗର୍ଭବତୀ ମହିଳାଙ୍କୁ ସାଦଭକ୍ଷଣ, ରଜଉତ୍ସବରେ ପ୍ରବାସୀ ମହିଳା ମାନଙ୍କୁ ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ଵାରା ବସ୍ତ୍ର ପ୍ରଦାନ କରାଇବା, ସମସ୍ତ ପ୍ରବାସୀ ମାନଙ୍କୁ ସମ୍ବର୍ଦ୍ଧନା ଦେବା ଓ ସେମାନଙ୍କର ଅନୁରୋଧ କ୍ରମେ ଦୁଇ ଦୁଇଥର ଖାସୀ ମାଂସ ଖୁଆଇ ଖୁସି କରାଇ ସରପଞ୍ଚ ପ୍ରତିନିଧି ପ୍ରବୀର ଦାସ ବାଲେଶ୍ଵର ଜିଲ୍ଲାରେ ଚର୍ଚ୍ଚାରେ ଅଛନ୍ତି ବୋଲି ଜନସାଧାରଣରେ ଆଲୋଚନା ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା