ଜଳେଶ୍ୱର (ସମୃଦ୍ଧ ଓଡିଶା) ଅମ୍ପନ କ୍ଷୟକ୍ଷତି ରିପୋର୍ଟ ଜଳେଶ୍ୱର ବ୍ଲକରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ଦେଖା ଦେଇଛି । ଆଜି ଜଳେଶ୍ୱର ସିପିଆଇଏମ୍ ପ୍ରକାଶିତ ରିପୋର୍ଟ ଭ୍ରମାତ୍ମକ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହିତ ସାନି ତଦନ୍ତ କରିବାକୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି । ଅନ୍ୟଥା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନରେ କେତେକ ନେତୃମଣ୍ଡଳି ସୂଚନା ଦେଇଛନ୍ତି । ଅମ୍ପନ ପରେ ବ୍ୟାପକ ଚାଷ ଜମିର କ୍ଷୟକ୍ଷତି ହେବା ସଂପର୍କରେ କୃଷି ବିଭାଗ ସୂଚନା ଦେଇଥିଲା । ଏଥିରେ ୨୫୦୦ ହେକ୍ଟର ଜମିରେ ଧାନକଟା ହୋଇନଥିବା ଅମ୍ପନ ଆସିବା ପୂର୍ବ ୧୯ତାରିଖରେ କୁହାଯାଇଥିବା ବେଳେ ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ କରି ସ୍ଥାନୀୟ ପ୍ରଶାସନ ୩୨୪ ହେକ୍ଟର ଜମି କ୍ଷତିଗ୍ରସ୍ତ ବୋଲି ରିପୋର୍ଟକୁ ସିପିଆଇଏମ୍ ହାସ୍ୱାସ୍ପଦ ବୋଲି କହିଛି । ଏବେବି ଜଳେଶ୍ୱର ବ୍ଲକର ବିଭିନ୍ନ ସ୍ଥାନରେ ଅଧିକ ଅମଳକ୍ଷମ ଧାନ ଅମଳ ହେଉଥିବାର ଲକ୍ଷ କରାଯାଇଛି । ଧାନରୁ ଗଜ ହୋଇଥିଲେ ମଧ୍ୟ ଚାଷୀ ଧୈର୍ଯ୍ୟ ସହ ତାହା ଅମଳ କରି ଚାଲିଛି । ଏହା ବ୍ୟତିତ ମାତ୍ର ୩୦୬ଟି ଘର ଅଂଶିକ ଭାବେ ଭାଙ୍ଗି ଯିବା ପ୍ରକାଶ କରିବା ମଧ୍ୟ ବିଶ୍ୱାସଯୋଗ୍ୟ ନୁହେଁ । ଏହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ସିପିଆଇଏମ୍ ପକ୍ଷରୁ କୁହାଯିବା ସହିତ ସବିଶେଷ ତଥ୍ୟ ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଜଳେଶ୍ୱର ବ୍ଲକରେ ରେସନକାର୍ଡ ହିତାଧିକାରୀ ଚୟନରେ ଅନିୟମିତତାର ଅଭିଯୋଗ ଆଣିଛି ସିପିଆଇଏମ୍ । କେତେକ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଥିବାରୁ ସ୍ୱଚ୍ଛ ଚୟନ ପାଇଁ ସିପିଆଇଏମ୍ ଦାବି ଜଣାଇଛି । ଜଳେଶ୍ୱର ପୌରପରିଷଦର ସଫେଇ କାର୍ଯ୍ୟର ସ୍କାମ ସଂପର୍କରେ ବର୍ଣ୍ଣନା କରି ଭିଜିଲାନ୍ସ ତଦନ୍ତ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ନିଳଗିରିର ଏ?କ ନିର୍ଦ୍ଦିଷ୍ଟ କମ୍ପାନୀ ୩ବର୍ଷ ପୂର୍ବେ ମାସକ ୩ଲକ୍ଷ ଟଙ୍କାରେ ଟେଣ୍ଡର ନେଇଥିବା ବେଳେ ଏବେ ୮ଲକ୍ଷ ୭୬ହଜାର ଟଙ୍କାରେ ଟେଣ୍ଡର ନେଇଥିଲେ ମଧ୍ୟ ସଫେଇ କାର୍ଯ୍ୟ ଠିକ୍ ଭାବେ ହେଉନାହିଁ । ୬୨ଜଣ ଲୋକ ଦୈନିକ କାର୍ଯ୍ୟ କରିବାର ଥିବା ବେଳେ ବାସ୍ତବରେ ତାହା ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ଟିକସ ଓ ହୋଲ୍ଡିଂ ଟିକସ ସମପରିମାଣରେ ଦିଆଯାଉ ଥିଲେ ମଧ୍ୟ ବିଦ୍ୟୁତ୍ ସରବରହ ଠିକ୍ ଭାବେ ହେଉ ନ ଥିବା ସେମାନେ କହିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ଼-୧୯ ଟେଷ୍ଠିଂ ଅଧିକ ହେବାକୁ ଦେମାନେ ଦାବି କରିଛନ୍ତି । ଦିଲ୍ଲିପ କୁମାର ଗିରି, ଶିଶିର କୁମାର ହୁଇ, ଦିପ୍ତିମାନ ଆଚାର୍ଯ୍ୟ, ସିତାଂଶୁ ସେନାପତି, ରବିନ୍ଦ୍ର ବାରିକ, ଜୀବନ ପରିଡା, ଦିଲ୍ଲିପ ପରିଡା ଓ ପଲ୍ଟୁ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା