

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ହୁମ୍ମା ମଣ୍ଡଳ ତରଫରୁ ଗଞ୍ଜାମ ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରାଣୀ ମହାପାତ୍ରଙ୍କ ବାସଭବନରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭା ଗଞ୍ଜାମ ବ୍ଲକର ହୁମ୍ମା ମଣ୍ଡଳ ସଭାପତି କୀର୍ତ୍ତନ ଦାସଙ୍କ ସଭାପତିତ୍ୱରେ ପାଳନ କରାଯାଇଛି । ଏଥିରେ ଜିଲ୍ଲା ପରିଷଦ ସଭ୍ୟା ତଥା ବିଜେପି ମହିଳା ନେତ୍ରୀ ଶ୍ରୀମତୀ ରଶ୍ମିରାଣୀ ମହାପାତ୍ର, ବିଜେପି ନେତା ଭୀମସେନ ବେହେରା, ସୁରେନ୍ଦ୍ରନାଥ ସାହୁ, ଉପସଭାପତି ଭାଗିରଥି ବିଶ୍ୱାଳ, କୈଳାଶ ଚନ୍ଦ୍ର ପାଢ଼ୀ, ବିଳାଶ କୁମାର ନାହାକ, ସରତ ମହାପାତ୍ର, ମହେଶ୍ୱର ଦାସ, ଶରତ ବେହେରା, ସନ୍ୟାସୀ ପଣ୍ଡା, ରତ୍ନାକର ମହାପାତ୍ର, ପର୍ଶୁରାମ ପରିଡା, ଭାଗିରଥି ନାୟକଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା