
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ପ୍ରତିଷ୍ଠାତା ତଥା ସଭାପତି ସ୍ୱର୍ଗତ ମନମୋହନ ନାୟକଙ୍କ ଉଦ୍ଦେଶ୍ୟଷର ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ସ୍ଥାନୀୟ ପୁରୁଣା ବ୍ରହ୍ମପୁର ପାଣ୍ଡବ ନଗର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ରବିବାର ଦିନ ଅନୁଷ୍ଠିତ କରାଯାଇଛି । ଅଲ୍ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ଉପସଭାପତି ନାରାୟଣ ଘଡେଇଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ସ୍ମୃତିସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଗ୍ରେସର ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୁଖ୍ୟବକ୍ତା ଭାବେ କଲ୍ୟାଣ ପରିଷଦର ସାଧାରଣ ସମ୍ପାଦକ ଅଶୋକ ନାୟକ, ପୂର୍ବତନ କର୍ପୋରେଟର ଗୀତା ମାଧେଇ, ମେହେନ୍ତର ସଂଘର ସଭାପତି ଦେବେନ୍ଦ୍ର ଘଡେଇ, ହାତିକୁଳ ମହାସଂଘର ପୂର୍ବତନ ସଭାପତି ସୁକାନ୍ତ ସୁଖି, ପୂର୍ବତନ ସମ୍ପାଦକ ଚିନ୍ତାମଣି ନାୟକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ପ୍ରତ୍ୟେକ ଜିଲ୍ଲାରୁ ତଥା କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର, କଟକ, ଭୁବନେଶ୍ୱର, ଯାଜପୁର, ଚଣ୍ଡିଖୋଲ ସମେତ ପ୍ରାୟ ୨୦ଟି ଜିଲ୍ଲାର ପ୍ରତିନିଧି ଓ କୁଳମୁଖିଆମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଜନାର୍ଦ୍ଦନ ଘଡେଇ, ସୁନୀଲ ନାୟକ, ପ୍ରଶାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ତ୍ରିଲୋଚନ ବେହେରା, ପ୍ରଭାକର ନାୟକ, ମନୋରଞ୍ଜନ ନିମାଇ, ଜିତେନ୍ଦ୍ର ଘଡେଇ, କୈଳାଶ ଘଡେଇଙ୍କ ସମେତ ଅଲ୍ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ବହୁ କର୍ମକର୍ତ୍ତା ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



