ଅଳ୍ପକେ ବଞ୍ଚିଲା ୮ ଶିଶୁ ଙ୍କ ଜୀବନ

ଭୁବନେଶ୍ୱର (ଆକାଶ ମିଶ୍ର): ଓଲଟିଲା ଅଟୋ । ଅଳ୍ପକେ ବର୍ତ୍ତିଗଲା ୮ ଜଣ ଛୋଟ ପିଲାଙ୍କ ଜୀବନ । ତେବେ ଦୁର୍ଘଟଣାର କାରଣ ଅସାବଧାନତା ବା ଖାମାଖିଅଲି ଗାଡି ଚଲା ପାଇଁ ନୁହେଁ , ବରଂ ନିଶା ପାଇଁ । କଥା ଟି ଟିକେ ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ । ଜଣେ ମଦୁଆ ଅଟୋ ଚାଳକ ପାଇଁ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା କିଛି ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି ।ମଙ୍ଗଳବାର ସକାଳ ୧୧ ଟା ୩୦ । ବରମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲ ଛୁଟି ହେବା ପରେ ଏକ ଅଟୋ ରେ ଡ୍ରାଇଭର ଜଣଙ୍କ ୮ ଜଣ ଛାତ୍ରଛାତ୍ରୀ ଙ୍କୁ ବସାଇ ନାକଗେଟ ଅଭିମୁଖେ ଯାଉଥାଏ । ଏହି ସମୟରେ ଭରତପୁର ଠାରେ ଥିବା ଏକ ରାସ୍ତା କଡ ମଦ ଦୋକାନ ରେ ପ୍ରଚୁର ମଦ ପିଇ ଆଉ ଜଣେ ଅଟୋ ଡ୍ରାଇଭର ଗାଡି ଷ୍ଟାର୍ଟ କରିଥିଲେ । ମଦ ଦୋକାନ ସମ୍ମୁଖରେ ଅଟୋ କୁ ଘୁରାଇବା ସହ ଷ୍ଟଣ୍ଟ ଦେଖାଇଥିଲେ । ରାସ୍ତା ଯାଉଥିବା ଲୋକଙ୍କୁ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିଥିଲେ । ସବୁ ଡ୍ରାମା ସାରିବା ପରେ ସେଠାରୁ ଆସିଥିଲେ । ୫୦୦ ମିଟର ରାସ୍ତା ନିଶାସକ୍ତ ଅବସ୍ଥାରେ ଅତିକ୍ରମ କରିବା ମଦୁଆ ଡ୍ରାଇଭର ଜଣଙ୍କ ସ୍କୁଲ ରୁ ଫେରୁଥିବା ଅଟୋ କୁ ସାଇଡ ମାରିଥିଲେ । ଫଳରେ ଭାରସାମ୍ୟ ହରାଇ ଅଟୋ ଟି ସେହିଠାରେ ଲେଉଟି ପଡିଥିଲା ।କିନ୍ତୁ ସେହି ସମୟରେ ଦେବଦୂତ ସାଜିଥିଲେ ପିସିଆର ୧୬ ର କର୍ମଚାରୀ । ଦୁର୍ଘଟଣା ଘଟିବା ର କିଛି ସେକେଣ୍ଡ ମଧ୍ୟରେ ପୋଲିସ କର୍ମଚାରୀ ମାନେ ସେଠାରେ ପହଞ୍ଚି ବେଶ ତତ୍ପରତା ର ସହ ଛୋଟ ଛୋଟ ପିଲା ମାନଙ୍କୁ ଉଦ୍ଧାର କରିଥିଲେ । ରାସ୍ତା କଡରେ ଥିବା ବିଲ ଭିତରେ ପଶି ପିଲାଙ୍କୁ ମରଣ ମୁହଁ ରୁ ବାହାର କରୁଥିବା ଦେଖାଯାଇଥିଲା । ପରେ ପିସିଆର ଯୋଗେ ନିକଟସ୍ଥ ଏକ ବେସରକାରୀ ହସ୍ପିଟାଲ ରେ ପିଲାମାନଙ୍କୁ ଭର୍ତ୍ତି କରାଯାଉଥିଲେ । ୨ ଦିନ ତଳେ ସାମାନ୍ୟ ବିଳମ୍ବ ରୁ ଲୋକଙ୍କ ଠାରୁ ମାଡ ଖାଇଥିବା ଏହି ପୋଲିସ ର ଆଜି ର କାର୍ଯ୍ୟକୁ ସ୍ଥାନୀୟ ଲୋକେ ସାବାସୀ ଦେବା ସହ ପୋଲିସ କର୍ମଚାରୀ ଙ୍କୁ ଦେବଦୂତ ସହ ତୁଳନା କରିଥିଲେ ।ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇବା କ୍ଷଣି ମଦୁଆ ଅଟୋ ଡ୍ରାଇଭର ଜଣଙ୍କ ସେଠାରୁ ଚମ୍ପଟ ମାରିଥିବା ଜଣାପଡିଛି । ଲୋକମାନେ ଦୁର୍ଘଟଣା ଘଟାଇଥିବା ଅଟୋ କୁ ନିଆଁ ଲଗାଇ ପଡ଼ିବାକୁ ଉଦ୍ୟତ୍ତ ହେଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି । ଭରତପୁର ଛକ ଠାରେ ରାସ୍ତା କଡରେ ଥିବା ମଦ ଦୋକାନ ପାଇଁ ବାରମ୍ବାର ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ରାସ୍ତା ଉପରେ ଗାଡି ଷ୍ଟାଣ୍ଡ ମାରି ଯୁବକ ମାନେ ଖୁଲାମଖୁଲା ମଦ ପିଇବା ସହ ରାସ୍ତା ରେ ଯାଉଥିବା ଯୁବତୀ ଓ ମହିଳାଙ୍କୁ ଅସଦାଚରଣ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ସ୍ଥାନୀୟ ଲୋକେ ଆଣିଛନ୍ତି ।