

ଗଞ୍ଜାମ (ସମୃଦ୍ଧ ଓଡିଶା) ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପରିସରରେ ପାଇପ୍ ଜଳ ପ୍ରକଳ୍ପର ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବାଟାଲିୟନ ପରିଦର୍ଶନରେ ଯାଇ ୧୨୦.୮୪ ଲକ୍ଷ ବ୍ୟୟ ଅଟକଳ ନିର୍ମିତ ଏହି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ବହୁଦିନ ହେଲା ବାଟାଲିୟନରେ ପାନୀୟ ଜଳ ସମସ୍ୟା ରହିଥିବା ବେଳେ ଜିଲ୍ଲାପାଳ ତାହା ପୂରଣ କରିଥିବାରୁ ବାଟାଲିୟନ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ କୃତନଜ୍ଞତା ଜଣାଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବ୍ୟବହୃତ ଯନ୍ତ୍ରାଂଶ ଗୁଡିକୁ ବୁଲିଦେଖିବା ସହ ତାର ବ୍ୟବହାର ସମ୍ପର୍କରେ କର୍ମକର୍ତାମାନଙ୍କୁ ପଚାରି ବୁଝିଥିଲେ । ଶେଷରେ ଓଡ୍ରଅପ ଟିମ ଦ୍ଵାରା ଗ୍ରାମାଞ୍ଚଳର ଛାତଘରେ ଅଗ୍ନିକାଣ୍ଡ ଘଟିଥିବା ସମୟରେ ଛାତ ଗୃହ ମଧ୍ୟରୁ ରୋଗୀ, ଛୋଟ ଶିଶୁ ଓ ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇ ଯାଉଥିବା ବ୍ୟକ୍ତିମାନଙ୍କୁ କିପରି ଉଦ୍ଧାର କରାଯାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ନେଇ ମକଡ୍ରିଲ କରାଇଥିଲେ । ଯାହାକୁନେଇ ଜିଲ୍ଲାପାଳ ଖୁସି ଜାହିର କରିଥିଲେ । ବଟାଲୀୟନକୁ ପକା ରାସ୍ତା ଓ ଅଲୋକୀକରଣ ବ୍ୟବସ୍ତା ନେଇ କମାନଡେଣ୍ଟ ଜିଲାପାଳଙ୍କୁ ଅନୁରୋଧ କରିଥିଲେ । ଏହାକୁ ତୁରନ୍ତ କରିବା ନେଇ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କମାନଡେଣ୍ଟ ଉଦୟ କୁମାର ରଥ, ଡେପୁଟି କମାନଡେଣ୍ଟ ସୁନୀଲ କୁମାର ବେହେରା, ଆଇଷ୍ଟେଣ୍ଡ କମାନଡେଣ୍ଟ ଗୋପବନ୍ଧୁ ତ୍ରିପାଠୀ, ଅନୀଲ କୁମାର ପ୍ରଧାନ, ଅରୁଣ କୁମାର ପ୍ରଧାନ, ସୁବେଦାର ସୁରେନ୍ଦ୍ର ନାଥ ବେହେରା, ନିଳାମ୍ବର ପରିଡା, ଡେପୁଟି ସୁବେଦାର ନାୟକ ପ୍ରଧାନ, ରମେଶ ରଥ, ଅଶୋକ କୁମାର ବେହେରା, ହାବିଲଦାର ଓ ସିପାହି ସଖା ସଙ୍ଘ ସଭାପତି ପ୍ରଭାକର ବେହେରା, ସମ୍ପାଦକ ନୀଳାଦ୍ରି ନାୟକ, ସିଇସି ସୁଜିତ କୁମାର ବେହେରା, ମେମ୍ବର ଲିତୁ ମହାନ୍ତି ପ୍ରମୁଖଙ୍କ ସମେତ ସମସ୍ତ ଅଫିସର ଓ ସଙ୍ଘ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା