ବ୍ରହ୍ମପର (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲା ନାଟକ ସମ୍ମିଳନୀ ଦ୍ୱାରା ଆୟୋଜିତ ଗଂଜାମ ଜିଲ୍ଲା ଦ୍ଵିତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ତଥା ଅଷ୍ଟାଦଶ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ବାରିପଦା ନୁପର ଅନୁଷ୍ଠାନ ପକ୍ଷରୁ ନାଟକ ସମ୍ବନ୍ଧ ମଞ୍ଚସ୍ଥ ହୋଇଥିଲା । ବର୍ତ୍ତମାନ ସମୟରେ ସମାଜରେ ପ୍ରତ୍ୟକେ ବାପା-ମା ଚାହାନ୍ତି ସେମାନଙ୍କ ସନ୍ତାନମାନେ ଭଲ ପାଠପଢ଼ି ଭଲ ଚାକିରି କରି କୋଟି ପତି ହୁଅନ୍ତୁ । କିନ୍ତୁ କେହି ମଧ୍ୟ ତାଙ୍କ ସନ୍ତାନମାନେ ଭଲ ମଣିଷ ହୋଇ ଦେଶ କିମ୍ବା ସମାଜର ସେବା କରୁ ବୋଲି ଚାହାନ୍ତି ନାହିଁ । ପୁଅଝିଅମାନେ ଭଲ ଚାକିରି କରି ଉଚ୍ଚପଦବିରେ ନିୟୋଜିତ ହୋଇଗଲେ ବାପା ମା ଦୁନିଆରେ ନିଜକୁ ଏକା ଅନୁଭବ କରିଥାନ୍ତିି । ସମୋନେ ଯେଉଁ କାମ କରିବା ପାଇଁ ପିଲାଟିକୁ ଜନ୍ମରୁ ଉପଦଶେ ଦିଅନ୍ତି ପରିଣତ ବୟସରେ କିନ୍ତୁ ତାହାକୁ ହଜମ କରିପାରନ୍ତି ନାହିଁ । ଏହା ହିଁ ନାଟକର ବିଷୟବସ୍ତୁ ଥିଲା । ନାଟ୍ୟକାର ପ୍ରାଧ୍ୟାପକ କୁମରମଣି ନାୟକଙ୍କ ନିର୍ଦ୍ଦେଶିତ ନାଟକର ବର୍ତ୍ତମାନ ସମାଜର ପ୍ରତିଛବିକୁ ଦର୍ଶାଇଥିଲା । ନାଟକର ମୁଖ୍ୟ ଭୁମିକାରେ କୁମର ମଣି ନାୟକ ଅଭିନୟ କରିଥିବାବଳେେ ଅନ୍ୟାନ୍ୟ ଭୁମିକାରେ ସିଦ୍ଧେଶ୍ଵର, ଅମିତ ଅରବିନ୍ଦ ନାୟକ, ଜ୍ୟୋତ୍ସ୍ନାରାଣି ମିଶ୍ର, ବିଜେନ୍ଦ୍ର କୁମାର ରାଉତ ଅଭିନୟ କରିଥିଲେ । ଏହି ଅବସରରେ ଅତିଥି ଭାବେ ଚଳଚ୍ଚିତ୍ର ପ୍ରଜୋଜକ ହମେନ୍ତ କୁମାର ରଥ, ସ.ଏମ.ଆଇଟି ସଭାପତି ଡ଼.ଭଗବାନ ଗନ୍ତାୟତ, ନିଖିଳ ଉତ୍କଳ କୃଷକ ମହାସଂଘ ସଭାପତି ଡ଼.ଏନ ରାମଚନ୍ଦ୍ର ରାଓ , ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା ଅତିଥି ଭାବେ ଯୋଗ ଦେଇଥିଲେ । ଗଂଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ସଭାପତି କେ.ବଳରାମ ଦାସ, ରମଶେ ମହାରଣା, ବିଚିତ୍ରା ନନ୍ଦ ବବେର୍ତ୍ତା ସଭାରେ ମଞ୍ଚାସୀନ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା