ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଦର୍ଶବାଦୀର ଜିବନ କେବେବି ବ୍ୟର୍ଥ ହୁଏ ନାହିଁ ବୋଲି ସମସ୍ତେ ଜାଣନ୍ତି । ସ୍ଵାର୍ଥ ତ୍ୟାଗ କରି ନାମ, ଯଶ, ପ୍ରଶଂସା ଓ ଆତ୍ମ ପ୍ରଚାର ଠାରୁ ଦୂରରେ ରହି କରୋନା ମହାମାରୀ ସମୟରେ ଅନ୍ୟର ଖୁସି ପାଇଁ ବଞ୍ଚୁଥିବା ସମାଜର ଦୁଃଖୀରଙ୍କି ଓ ମାନସିକ ଭାରସାମ୍ୟ ହରାଇ ଥିବା ଖୋଲା ଆକାଶ ତଳେ ଯାଜାବର ହୋଇ ବୁଲୁ ଥିବା ଅସହାୟ ମାନଙ୍କର ସାହାରା ଏବଂ ଭୁକିଲା ପେଟକୁ ମୁଠାଏ ଦାନା ନିଃସ୍ଵାର୍ଥପର ଭାବରେ ଦେଉଥିବା,ଏପରିକି ଅନାଥର ଶବ ଶତ୍କାର, ଅସହାୟ ପିଲାମାନଙ୍କୁ ବସ୍ତ୍ର ବଣ୍ଟନ, ରକ୍ତ ଦାନ, ବୃକ୍ଷ ରୋପଣ, ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କୁ ସହାୟତା, ଫନି ସମୟରେ ପୁରୀ ଜିଲ୍ଲାର ଲୋକମାନଙ୍କୁ ପୂର୍ବତନ ସାଂସଦଙ୍କ ଦ୍ଵାରା ସହାୟତା ଓ ଖାଦ୍ୟ ବଣ୍ଟନ, ଅମ୍ଫାନ, ବୁଲ ବୁଲ, ତିତିଲି ମହା ବାତ୍ୟା ସମୟରେ ନିଜ ଜୀବନକୁ ଖାତିରି ନକରି ଲୋକଙ୍କ ବିପଦରେ ପହଞ୍ଚି ସାହାଯ୍ୟ, ସହାୟତା ଓ ସେମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିବା, ପଶୁ, ପକ୍ଷୀ ମାନଙ୍କର ସେବା ଓ ସେମାନଙ୍କୁ ଖାଦ୍ୟ ଦେବା, ଷ୍ଟେସନ ରେ ରହୁଥିବା ଅସହାୟ ମାନଙ୍କୁ ବସ୍ତ୍ର ଓ କମ୍ବଳ, ସେତରଞ୍ଜି ଓ ସେମାନଙ୍କୁ ଖାଦ୍ୟ ବଣ୍ଟନ କରୁଥିବା,ଏପରିକି ଗ୍ରାମାଞ୍ଚଳରେ ଚାଳ ଛପରରେ ରହୁଥିବା ଲୋକଙ୍କୁ କେରପାଲ ବଣ୍ଟନ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟ କରି ବେଶ ପ୍ରଶଂସା ସାଉଁଟି ଛନ୍ତି, ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ବ୍ଲକ ଅନ୍ତର୍ଗତ ଗୋପିମୋହନପୁର ଗ୍ରାମ ପଞ୍ଚାୟତ ସରସିଦା ଗ୍ରାମର ଯୁବ ସମାଜସେବୀ ମାନସ ରଞ୍ଜନ ଧଳ, ଏବଂ ମାନସ ଜଣେ ବିଶିଷ୍ଟ ସମାଜସେବୀ ନାମରେ ବେଶ ପରିଚିତ । ମାନବିକତାର ମୂଲ୍ୟ ବୋଧକୁ ଭଲଭାବେ ବୁଝୁଥିବା ଅସହାୟ ମାନଙ୍କର ସାହାରା ହେଉଥିବା ‘ମାନସ’ ସବୁବେଳେ ପାଇଁ କାହାରି କଥା ନ ଶୁଣି ସମୁହ ସ୍ଵାର୍ଥ ପାଇଁ ବାହାରି ପଡ଼ନ୍ତି । ଲୋକଙ୍କର ବିପଦ,ଆପଦ ଓ ଦୁଃଖ ସମୟରେ ଛିଡା ହୋଇ ଯାଆନ୍ତି । ଏପରିକି ମାନସିକ ଭାରସାମ୍ୟ ହରାଇ ଥିବା ବ୍ୟକ୍ତି ମାନଙ୍କୁ ଗାଧୋଇ ଦେଇ ସଫା, ସୁତୁରା କରି ମୁଣ୍ଡରେ ବାଳ ଓ ଦାଢ଼ୀ ନିଜେ କାଟି ଭୁକିଲା ପେଟକୁ ମୁଠାଏ ଦାନା ଦେଇ ଚାଲନ୍ତି । ସମାଜ ସେବାକୁ ମହାନ ବ୍ରତ ବୋଲି ଭାବି ଅସହାୟ ମାନଙ୍କର ସାହାରା ହେଉଥିବା ସମାଜ ସେବକ ମାନସ ରଞ୍ଜନ ଧଳଙ୍କର ଚରିତ୍ର ଏକ ଭିନ୍ନ । ଭିନ୍ନ ଏକ ମଣିଷ ଯିଏ କି, ଏ ସମାଜ ପାଇଁ ଉଦାହରଣ । ଏହି ନିଃସ୍ଵାର୍ଥପର ଭାବରେ କାର୍ଯ୍ୟ ଶୈଳୀକୁ ବେଶ ବୁଦ୍ଧିଯିବି ମହଲରେ ପ୍ରଶଂସା କରୁଛନ୍ତି ।ସେ କୁହନ୍ତି ସମାଜ ସେବା ଦୟା ନୁହେଁ ସମାଜ ପ୍ରତି ତାଙ୍କର ଏହା କର୍ତ୍ତବ୍ୟ ବୋଲି ସେ କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା