ଅସାବଧାନତା ଯୋଗୁଁ ବିଦ୍ୟୁତ୍ ଆଘାତରେ ଚାଷୀ ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ଗ୍ରାମପଂଚାୟତ ଅଧିନରେ ଥିବା କପାସୁଦା ଗ୍ରାମର ହିମାଂଶୁ ସେଖର ଭୁୟାଁ (୫୫) ଆଜି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ନିଜର ଅସାବଧାନତା ଯୋଗୁଁ ନିଜ ପୋଖରୀରେ ବିଦ୍ୟୁତ୍ ଚାଳିତ ମୋଟର ସାହାର୍ଯ୍ୟରେ ଚାଷ ଜମିକୁ ପାଣି ଉଠାଉଥିବା ବେଳେ ହଠାତ୍ ବିଦ୍ୟୁତ୍ ସଂଯୋଗ ଘଟିଥିଲା । ସେଠାରେ ଘରର କୌଣସି ସଦସ୍ୟ ଉପସ୍ଥିତ ନ ଥିବାରୁ ତାଙ୍କର ଆଶୁ ଚିକିତ୍ସା କରାଯାଇ ପାରିନଥିଲା । କିଛି ସମୟ ପରେ ତାଙ୍କୁ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲକୁ ଅଣାଯାଇଥିବା ବେଳେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୁୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ବିଧାବ ପତ୍ନୀ, ଜଣେ ପୁତ୍ର ଓ ଜଣେ କନ୍ୟା ଥିବାରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ନେତୁଆ ସରପଂଚ ମମତା ହୁଇ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା