…….ଅହଂକାର…….

କାଳିଦାସ:—ମା ମୋତେ ପାଣି ଟୋପେ ପିଇବାକୁ ଦିଅ ବହୁତ ଧର୍ମ ହେବ ।

ବୃଦ୍ଧା ;—ପୁଅ ମୁଁ ତୋତେ ଜାଣିନାହିଁ। ତୋର ପରିଚୟ ଦେ ।

କାଳିଦାସ :— ମୁଁ ଏକ ପଥିକ। ଦୟାକରି ମୋତେ ପାଣି ଟୋପେ ଦିଅ ମା। ମୁଁ ବହୁତ ତୁଷାର୍ଥ ।

ବୃଦ୍ଧା :—ତୁ ପଥିକ କେମିତି ହୋଇପାରିବୁ!!! ପଥିକ ତ କେବଳ ଦୁଇଜଣ ଅଟନ୍ତି । ଜଣେ ସୂର୍ଯ୍ୟ ଓ ଆଉଜଣେ ଚନ୍ଦ୍ର ।ତାଙ୍କର ଗନ୍ତ୍ୟଵ୍ୟ ପଥରେ ସବୁବେଳେ ଗତି କରିଥାନ୍ତି । ତୁ ୟାଙ୍କ ଭିତରୁ କିଏ ସତ କହ

କାଳିଦାସ:— ମୁଁ ଅତିଥି, ଦୟା କରି ମୋତେ ପାଣି ଟୋପେ ଦିଅ ।

ବୃଦ୍ଧା:—ତୁ ଅତିଥି କେମିତି ହୋଇପାରିବୁ ??? ଏ ସଂସାର ରେ ଦୁଇ ଜଣ ଅତିଥି ଅଟନ୍ତି । ଜଣେ ଧନ ଓ ଆଉ ଜଣେ ଯୌବନ।ତାଙ୍କୁ ଯିବାକୁ ସମୟ ଲାଗେନି। ସତ୍ୟ କରି କହ ତୁ କିଏ ???

(ଏପର୍ଯ୍ୟନ୍ତ ସବୁ ତର୍କ ରୁ ହତାଶ ହୋଇସାଲେନି କାଳିଦାସ)
କାଳିଦାସ :–ମୁଁ ସହନଶୀଳ ଅଟେ। ଏବେ ତ ପାଣି ଟୋପେ ଦିଅ ।

ବୃଦ୍ଧା :—ନା ସହନଶୀଳ ତ ଦୁଇଜଣ ଅଟନ୍ତି । ଜଣେ ପୃଥିବୀ ଯିଏ କି ପାପି ଓ ପୁଣ୍ୟାତ୍ମା ମାନଂକର ବୋଝ ସହି ଆସିଛନ୍ତି ।ତାର ଛାତି ଚିରି କରି ବୀଜ ରୋପଣ କରି ସମାଜ କୁ ଶସ୍ୟ ର ଭଣ୍ଡାର ଯୋଗାଇ ଥାଏ
ଅନ୍ୟଟି ହେଉଛି ବୃକ୍ଷ ଯାହାକୁ କି ପଥର ମାରିଲେବି ସେ ମିଠା ଫଳ ଦେଇଥାଏ।ତୁ ସତ କହ କିଏ ତୁ????

( କଳିଦାସ ମୂର୍ଛିତ ଅବସ୍ଥାରେ ଆସି ଗଲେଣି )
କାଳିଦାସ :—ମୁଁ ହଠୀ ଅଟେ ।

ବୃଦ୍ଧା :–ପୁଣି ଅସତ୍ୟ । ହଠୀ ଦୁଇ ଜଣ ଅଟନ୍ତି । ପ୍ରଥମ ନଖ ଓ ଅନ୍ୟଟି ବାଳ । ଯେତେ କାଟିଲେବି ତାକୁ ବଢ଼ିବାରେ କେହି ରୋକି ପାରନ୍ତି ନାହିଁ । ସତ୍ୟ କୁହ ବ୍ରାହ୍ମଣ ତମେ କିଏ ???

(କାଳିଦାସ ପୁରା ଅପମାନିତ ଓ ପରାଜିତ ହୋଇସାରିଛନ୍ତି)
କାଳିଦାସ :—ତାହାହେଲେ ମୁଁ ମୁର୍ଖ ।

ବୃଦ୍ଧା:—ନା ତୁ ମୁର୍ଖ କିପରି ହୋଇପାରିବୁ ??? ମୁର୍ଖ ତ ଦୁଇଜଣ ଅଟନ୍ତି । ଜଣେ ରାଜା, ଯିଏ ବିନା ଯୋଗ୍ୟତା ରେ ବି ସମସ୍ତଙ୍କ ଉପରେ ଶାସନ କରିଥାଏ । ଆଉ ଜଣେ ହେଉଛି ରାଜ ଦରବାରରେ ପଣ୍ଡିତ ଯିଏକି ରାଜାଙ୍କୁ ଖୁସି କରିବାକୁ ଯାଇ ଭୁଲ୍ କଥା କୁ ତର୍କ ମାଧ୍ୟମରେ ଠିକ୍ କଥା ରେ ପରିଣତ କରିଥାଏ ।

( କିଛିଆଉ କହିବା ଅବସ୍ଥାରେ ନ ଥିଲେ କାଳିଦାସ, ସେ ବୃଦ୍ଧା ଙ୍କ ଗୋଡ ତଳେ ପଡିଗଲେ ଓ ପାଣି ପାଣି ବୋଲି କହି ଚାଲିଲେ)

ବୃଦ୍ଧା :—ଉଠ ବସ୍ଛ । ଏ ସ୍ୱର ଶୁଣି କଳିଦାସ ଉପରକୁ ଦେଖନ୍ତି ତ ସାକ୍ଷାତ ମା ସରସ୍ଵତୀ ତାଙ୍କ ସାମନା ରେ ଅଭିର୍ଭୁତା ।କାଳିଦାସ ତାଙ୍କ ପାଦ ଧରି କାନ୍ଦି ବାକୁ ଲାଗିଲେ ।

ମା ସରସ୍ୱତୀ :—ଶିକ୍ଷାରେ ଜ୍ଞାନ ଉତ୍ପନ ହୁଏ, ଅହଂକାର ନୁହେଁ।ତୁ ଶିକ୍ଷା ଦ୍ୱାରା ପ୍ରାପ୍ତ ମାନ ଓ ପ୍ରତିଷ୍ଠା କୁ ନିଜର ଉପଲବ୍ଧି ବୋଲି ମାନିନେଲୁ ଓ ନିଜକୁ ବହୁତ ଅହଙ୍କାରୀ ବୋଲି ମାନିନେଲୁ । ଏଥିପାଇଁ ତୋର ଆଖି ଖୋଲିବାପାଇଁ ମୁଁ ତୋତେ ପରୀକ୍ଷା କରୁଥିଲି ।

କାଳିଦାସ ନିଜର ଭୁଲ୍ ନିଜେ ବୁଝିପାରିଲେ ଓ ପେଟପୁରା ପାଣି ପିଇ ଆଗକୁ ଚାଲିଲେ ।

ତେଣୁ ବିଦ୍ୟା ଉପରେ କେବେବି ଆତ୍ମଗର୍ଵ କରନ୍ତୁ ନାହିଁ। ଏ ଆତ୍ମଗର୍ଵ ବିଦ୍ୟା କୁ ନଷ୍ଟ କରିଦିଏ ।

ରିପୋର୍ଟ : ଦାମୋଦର ପାଢ଼ୀ