

ଛତ୍ରପୁର (ସମୃଦ୍ଧ ଓଡିଶା( ଛତ୍ରପୁର ନିକଟ ମାଟିଖାଲ ସ୍ଥିତ ଆଇଆରଇ କମ୍ପାନୀ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ନିଯୁକ୍ତି ଦାବି ନେଇ ଭାରତୀୟ ଜନତା ପାର୍ଟି ଛତ୍ରପୁର ପ୍ରତିନିଧିଙ୍କୁ ଦାବି ଜଣାଇଛନ୍ତି । ବାରମ୍ବାର ଆନ୍ଦୋଳନ କରିଥିଲେ ଓ ଦାବି ପତ୍ର ପ୍ରଦାନ କରିଥିଲେ ମଧ୍ୟ ଆଇଆରଇ କମ୍ପାନୀ କର୍ତ୍ତୃପକ୍ଷ କାର୍ଯ୍ୟକ୍ଷମ କରିନଥିବାରୁ ଆଜି ଛତ୍ରପୁର ନିକଟ ତଟାପୁଲି ମା ବୌଘୀଦେବୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଭାରତୀୟ ମଜଦୁର ସଂଘ ପକ୍ଷରୁ ବୃନ୍ଦାବନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏଥିରେ ବିଜେପି ଦଳର ବରିଷ୍ଠ ନେତା ତଥା ସମାଜସେବୀ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାନୁଚରଣ ପତି, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ପ୍ରଶାନ୍ତ କୁମାର କର, ପୂର୍ବତନ ଛତ୍ରପୁର ନଗର ପାଳ ତଥା ନୂତନ ଭାବେ ଯୋଗଦେଇ ଥିଲେ ରାମଚନ୍ଦ୍ର ବେହେରା, ଛତ୍ରପୁର ମଣ୍ଡଳ ପୂର୍ବତନ ସଭାପତି ତଥା ସମାଜସେବୀ ଓ ଓକିଲ ସଙ୍ଘ ସଭାପତି ପ୍ରଦୀପ କୁମାର ପାଢ଼ୀ, ଏନ୍ ଏସିର ପ୍ରଭାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ରଘୁନାଥ ରେଡି, ଆଇନଜିବି ମନୋଜ କୁମାର ବେହେରା, ଟୁନା ବେହେରା, ଭାରତୀୟ ମଟର ମନ୍ଦିର ଊନୟନ ସମିତି ସଦସ୍ୟ ବିଶ୍ଵଦେବ ମହାରଣା, ଭାରତୀୟ ବିକାଶ ମଞ୍ଚ ସଦସ୍ୟ ରବିନାରାୟଣ ମହାରଣା ଯୋଗଦେଇ ମୃତ ଶ୍ରମିକଙ୍କ ପରିବାରଙ୍କୁ ସମବେଦନା ଜ୍ଞାପନ କରିବା ସହିତ ଆଇଆରଇ କମ୍ପାନୀ ମୃତ ଶ୍ରମିକଙ୍କୁ ନିଯୁକ୍ତି ସୁଯୋଗ ନ ଦେଇଥିବାରୁ ଘଟଣା ଟିକୁ ନିଦା କରିଥିଲେ । ଆଇଆରଇକୁ ଶ୍ରମିକ ମାନେ ଶ୍ରମ ଦେଇଥିଲେ ସେହି ପରିବାରକୁ ନିଯୁକ୍ତି ସୁଯୋଗ ଦେବା ପାଇଁ ବିଜେପି ପକ୍ଷରୁ ସମସ୍ତ ସଦସ୍ୟ ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ବିଜେପି ନେତା କାହ୍ନୁ ଚରଣ ପତି କହିଥିଲେ ଯେ ଆମେ ସମସ୍ତେ ଏହି ଦାବି ପତ୍ରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇ କିପରି ଭାବରେ ସୁବିଧା ସୁଯୋଗ ଯୋଗାଇ ଦେଇପାରିବୁ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହାସହ ଓକିଲ ସଙ୍ଘ ସଭାପତି ପ୍ରଦୀପ କୁମାର ପାଢ଼ୀ କହିଛନ୍ତି ଦରକାର ପଡିଲେ ଆଇନର ଆଶ୍ରୟ ନେବା । ଅନ୍ୟମାନଙ୍କର ମଧ୍ୟରେ ସମସ୍ତ ଶ୍ରମିକଙ୍କ ପରିବାର ସଦସ୍ୟ ସମଦୁରତା ସହ ମାସ୍କ ବ୍ୟବହାର କରିବା ସହିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବୃନ୍ଦାବନ ବେହେରାଙ୍କ ସମେତ ଅବନି କାନ୍ତ ସାହୁ, ନୃସିଂହ ଗଉଡ, ପତନ କୁମାର ପତ୍ର, ସୁଶାନ୍ତ ନାୟକ, ସୁଶାନ୍ତ ସବର.ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


