ଆଇନଜୀବୀ ସଂଘ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମର କମିସନରଙ୍କୁ ବିଭିନ୍ନରେ ସମସ୍ୟାର ସମାଧାନ ନିମନ୍ତେ ଦାବୀପତ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୱାର୍ଡ ନଂ ୧ ଓ ୨ ଅଧିନରେ ଥିବା ହରିଡାଖଣ୍ଡି ବନ୍ଦରର ପୁନରୁଦ୍ଧାର କରିବା, ଲକ୍ଷ୍ମୀନୃସିଂହ ସାହି ଓ ଧର୍ମନଗର ସାହି ମଝିରେ ଥିବା ନାଳରୁ ମାଟି ଓ ଆବର୍ଜନା ସଫା କରିବା ଓ ଅଂଚଳରେ ବୁଲା ଗାଇ ଓ କୁକୁର ମାନଙ୍କ ଯୋଗୁଁ ହେଉଥିବା ଅସୁବିଧାକୁ ନିୟନ୍ତ୍ରଣ କରିବା ଏବଂ ଆଗକୁ ବର୍ଷା ପାଗ ଆସୁଥିବାରୁ ନାଳର ମରାମତି କରିବା ସକାଶେ ଅଂଚଳର ଆଇନଜୀବୀ ସଂଘ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମର କମିସନରଙ୍କୁ ଗତକାଲି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ସମୟରେ ବହୁ ଆଇନଜୀବୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା