
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଉପାନ୍ତ ଅଂଚଳ ହୋଇଥିବାରୁ ସେଠାକାର ଆଇନ୍ ଶୃଙ୍ଖଳା ପରିସ୍ଥିତି ଏପରିକି କେତେକ ବିକାଶଲାଗି ସୋମବାର ଜଳେଶ୍ୱରର କେତେକ ବୁଦ୍ଧିଜୀବି ଥାନା ଅଧିକାରୀଙ୍କ ସହ ଭେଟି ଆଲୋଚନା କରିଛନ୍ତି । ଗତ କିଛିଦିନ ଧରି ବାଇକ୍ ଚୋରି, ଧଳା ଜହର କାରବାର ବୃଦ୍ଧି, ନକଲି ସାମଗ୍ରୀ ବିକ୍ରି, ଦ୍ରୁତ୍ ବାଇକ୍ ଚାଳନା, ଟ୍ରାଫିକ୍ ସମସ୍ୟା, ୬୦ନଂ ଜାତୀୟ ରାଜପଥରୁ ଛିନ୍ତାଇ, ରାହାଜାନୀ, ଯାନ ଅପହରଣ ସଂପର୍କରେ ଆଇଆଇସି ପର୍ଶୁରାମ ସାହୁଙ୍କ ସହିତ ଦୀର୍ଘ ସମୟ ଧରି ସମସ୍ୟାର ସମାଧାନ ଲାଗି ଆଲୋଚନା କରାଯାଇଥିଲା । ସହରର ଷ୍ଟେସନ ଛକ, ବଡବଜାର ଛକ, ହସ୍ପିଟାଲ ଛକ ଓ ୬୦ନଂ ଜାତୀୟ ରାଜପଥର ବାଇପାସ୍ଠାରେ ସିସି କ୍ୟାମେରା ଲଗାଇବା, ପିସିଆର୍ ଭେନ୍ ପଇଁତରା ମାରିବା, ଧଳା ଜହର ବେପାରୀଙ୍କୁ ସାବାଡ କରିବା, ଅନ୍ୟ ରାଜ୍ୟରୁ ଆସି ଜଳେଶ୍ୱରରେ ରହୁଥିବା ବ୍ୟକ୍ତିମାନଙ୍କୁ ପଂଜିକରଣ କରିବା ଇତ୍ୟାଦି ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ସମାଜ କଲ୍ୟାଣ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଡ. ରମାକାନ୍ତ ଭଂଜ, ସାଧାରଣ ସଂପାଦକ ତଥା ହାଇକୋର୍ଟ ଆଇନ୍ଜିବୀ ରାମଚନ୍ଦ୍ର ଜେନା, ଅଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ଅବସରପ୍ରାପ୍ତ ଅଧ୍ୟକ୍ଷ ଜିତାରାମ ଦେ, ବନମାଳି ଧଳ, ଶରତ ପରିଡା, ସିଦ୍ଧେଶ୍ୱର ପଣ୍ଡା, ଅବନୀ ଚାନ୍ଦ, ସତ୍ୟ ଦାସ, ରବିନାରାୟଣ ପାତ୍ର, ଦୁର୍ଗାଶଂକର ଗିରି ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିପ୍ରତି ଗୁରୁତ୍ୱ ଦେବେ ବୋଲି ଆଇଆଇସି ପ୍ରତିଶ୍ରୁତି ଦେଇଥିଲେ ।
ରିପୋର୍ଟ : ଭୂପତି ପରିଡା