


ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ଆଇସିଡିଏସରେ ବିଭିନ୍ନ ଦୁର୍ନୀତି ନେଇ ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ସାନଖେମୁଣ୍ଡିକୁ ଏକ ପର୍ଯ୍ୟଟନ ସ୍ଥଳୀ କରିବା ନେଇ ବିଚାର କରୁଥିବା ଆଲୋଚନା ହେଉଅଛି । ବିଭିନ୍ନ ବିଭାଗୀୟ ଜିଲ୍ଲା ଅଧିକାରୀମାନେ ଏହି ବ୍ଲକ ଅଞ୍ଚଳକୁ ପରିଦର୍ଶନରେ ଆସି ସାଧାରଣ ସମସ୍ୟାକୁ ଉପଲବ୍ଧି କରିବା ସହ ପୂର୍ବ ପ୍ରସ୍ତୁତି ପ୍ରକାରେ ପଦକ୍ଷେପ ନେଉଥିବା ଅଭିଯୋଗ ହେଉଅଛି । ଭାଳିଆ ଝୋଳ ଗ୍ରାମରେ ଥିବା ଦୁଇ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀଙ୍କ ଦ୍ଵାରା ଅତିଷ୍ଠ ଗ୍ରାମବାସୀ ପୂର୍ବଦିନରେ ବିଭାଗୀୟ ଅଧିକାରୀଙ୍କ ଠାରେ ସେମାନଙ୍କ ଅକୁହା ଦୁର୍ନୀତି ନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ତଦନ୍ତ ନ କରି କର୍ମୀଙ୍କୁ ଉତ୍ସାହିତ କରାଯାଉ ଥିବା ଅଭିଯୋଗ ହେଉଛି । ବିଭିନ୍ନ ଅଭିଯୋଗ ମଧ୍ୟରେ ମାସର ପହିଲା ତାରିଖରେ ବଣ୍ଟନ କରିବାର ସରକାରୀ ଘୋଷଣା ସତ୍ତ୍ଵେ ୨୯ ତାରିଖରେ ବାଣ୍ଟିବା,୧୫ ଦିନରେ ତିନୋଟି ଅଣ୍ଡା ବଣ୍ଟନ କରିବା, ଉପଭୋକ୍ତାଙ୍କୁ ମିଳିଥିବା ଛତୁଆ ପ୍ୟାକେଟ ପୂର୍ବ ମାସର ହୋଇ ଥିବା ଓ କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟରେ ଅନିୟମିତତା ହେଉଥିବା ଆଦି ବହୁ ଅଭିଯୋଗ କରାଯାଇ ଥିଲେ ମଧ୍ୟ ବିଭାଗୀୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା