
ଢେଙ୍କାନାଳ (ସମୃଦ୍ଧ ଓଡିଶା) ରାଜନୀତି ପସାପାଲିରେ ବନ୍ଧା ପଡିଥିବା ସାଧାରଣ ଜନତା ଦିନକୁ ଦିନ ଅତି ଆବଶ୍ୟକ ସାମଗ୍ରୀ ଠାରୁ ନୀତି ବ୍ୟବହାର୍ଯ୍ୟ ପରିବା ପାଇଁ ଡହଳ ବିକଳ ହେବାରେ ଲାଗିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ ଆଳୁ କିଲୋ ୨୪ ଟଙ୍କା ଓ ପିଆଜ କିଲୋ ୧୨୦ ଟଙ୍କା ହୋଇଥିବା ବେଳେ ଯେକୌଣସି ପରିବା କିଲୋ ୪୦ ଟଙ୍କାରୁ ଉର୍ଦ୍ଧ୍ଵ ରହିଅଛି । ଢେଙ୍କାନାଳ ନିୟମିତ ପରିବା ମାର୍କେଟରେ ଦିନକୁ ଦିନ ଏଭଳି ଘୁ ଘୁ ଦରବୃଦ୍ଧି ହୋଉଥିବାରୁ ସାଧାରଣ ଜନତାଙ୍କୁ ଚିନ୍ତିତ କରିବାରେ ଲାଗିଛି । କିଭଳି ନିଜର ଜୀବନ ନିର୍ବାହ କରିପାରିବେ ବୋଲି ସାଧାରଣରେ ଏହା ଚର୍ଚ୍ଚା ହେବାରେ ଲାଗିଛି ।
ରିପୋର୍ଟ : ଶୁଭମ କୁମାର ପାଣି