

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦେଶରେ କରୋନା ଯୋଦ୍ଧାଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ ସମ୍ମାନ । କରୋନା ଯୁଦ୍ଧରେ ସାମିଲ ହଜାର ହଜାର ଡାକ୍ତର, ନର୍ସ ଓ ପୋଲିସ କର୍ମଚାରୀଙ୍କ ଉପରେ ଫୁଲ ବର୍ଷା କରାଯାଇଛି । ୩ ସେନା ମୁଖ୍ୟଙ୍କ ନେତୃତ୍ଵରେ ସେନାବାହିନୀ ଏହି ପୁଷ୍ପବର୍ଷା କରିଛି । ଏହି ଦୃଶ୍ୟ ସମଗ୍ର ଭାରତରେ ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ଚାରିଆଡ଼େ ଦେଖିବାକୁ ମିଳିଥିଲା । ସେହିପରି ଭୁବନେଶ୍ଵରରେ ମଧ୍ୟ ହେଲିକ୍ଟରରୁ କୋଭିଡ ହସ୍ପିଟାଲ ଉପରେ ଫୁଲ ବର୍ଷା କରାଯାଇଛି । ଏହି ସମ୍ମାନ ଦେବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା ।
ରିପୋର୍ଟ : ଆକାଶ ମିଶ୍ର




