ଆଖୁ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାରେ ଅହେତୁକ ବିଳମ୍ବ ଯୋଗୁଁ ଚାଷୀଙ୍କ ଘୋର ଉଦବେଗ : ସଂଘ ପକ୍ଷରୁ ଚିନିଶିଳ୍ପ ଏମ.ଡିଙ୍କୁ ଦାବିପତ୍ର…

ଆସିକା (ସମୃଦ୍ଧ ଓଡିଶା) ଯୋଗାଣ ହୋଇଥିବା ଆଖୁର ସମ୍ପର୍ଣ୍ଣ ପ୍ରାପ୍ୟ ତୁରନ୍ତ ପୈଠ କରିବା ନିମନ୍ତେ ଆସିକା ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକଙ୍କୁ ଗଞ୍ଜାମ ଜିଲ୍ଲା ଆଖୁ ଚାଷୀ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି । ବର୍ଷ ତମାମ ମୁଣ୍ଡର ଝାଳ ତୁଣ୍ଡରେ ମାରି ଧାର ଉଧାର କରି ଚାଷୀମାନେ ଆଖୁ ଚାଷ କରିଥିଲେ । ଚିନି ଶିଳ୍ପ କମ୍ପାନୀକୁ ଆଖୁ ବିକ୍ରି କରି ଦୁଇ ପଇସା ପାଇଲେ କରିଥିବା ଋଣ ଶୁଝିବା ସହ ବଞ୍ଚିବାର ରାହା ତୁଲାଇବେ ବୋଲି ଭାବିଥିଲେ । କିନ୍ତୁ ଦେଖୁ ଦେଖୁ ୩ ମାସ ବିତି ଯାଇଥିଲେ ସୁଦ୍ଧା ନିଜର ପ୍ରାପ୍ୟ ନ ପାଇ ଚାଷୀମାନେ ହତାଶ ହୋଇ ସାରିଲେଣି । ଉତ୍ପର୍ଣ୍ଣ ଆଖୁ ଗତ ଫେବୃଆରୀ ୭ ତାରିଖରୁ ଯୋଗାଣ କରିଥିବା ସତ୍ତ୍ୱେ ଆଜି ସୁଦ୍ଧା ଆଖୁର ପ୍ରାପ୍ୟ ସଂପୂର୍ଣ୍ଣ ଭାବେ ମିଳିଲା ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଆଖୁ ଯୋଗାଣର ଏକ ମାସ ମଧ୍ୟରେ ପ୍ରାପ୍ୟ ଦେବାର ଚୁକ୍ତିନାମ ଥିବା ଓ ମାସରୁ ଅଧିକା ହେଲେ ବ୍ୟାଙ୍କ ସୁଧ ସହ ପ୍ରାପ୍ୟ ପ୍ରଦାନ କରିବା ରହିଥିଲେ ସୁଦ୍ଧା ମୂଳ ଧନର ମାତ୍ର ୭୦% ପ୍ରାପ୍ୟ ଯୋଗାଣ କରି ଚୁପ ହୋଇ ବସିଛନ୍ତି । ଅତଏବ ଯୋଗାଣ ଆଖୁର ସମ୍ପୂର୍ଣ୍ଣ ପ୍ରାପ୍ୟ ତୁରନ୍ତ ଚାଷୀକୁ ଦେବାର ବ୍ୟବସ୍ଥା କରାଯିବାକୁ ଦାବୀ କରିଛନ୍ତି । ନଚେତ ଗଞ୍ଜାମ ଜିଲ୍ଲାର ହଜାର ହଜାର ଚାଷୀ ରାଜ ରାସ୍ତାକୁ ଆସିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। .

ରିପୋର : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା