ଆଗାମୀ ନିର୍ବାଚନ ନିମନ୍ତେ ୩୯ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ୨ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଗତକାଲି ଡିଆରଡିଏ ସମ୍ମିଳନୀ ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତ୍ରପୁର ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଯୋଗଦେଇ ଅବାଧ, ନରିପେକ୍ଷ ନିର୍ବାଚନ ଉପରେ ଗୁରୁତ୍ଵାରୋପ କରିଥିଲେ । ଜିଲ୍ଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା ପାଇଁ ୩୯ ଫ୍ଲାଇଙ୍ଗ ସ୍କ୍ୟାର୍ଡ ଗଠନ କରାଯାଇଛି । ଏଥିପ୍ରତି ନିର୍ଵାଚନମଣ୍ଡଳୀ ପାଇଁ ୩ଟି ଲେଖାଏ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ ହୋଇଛି । ଏଥିସହ ପ୍ରତି ନିର୍ବାଚନ ନମଣ୍ଡଳୀ ପାଇଁ ୩ଟି ଲେଖାଏଁ ମୋଟ ୩୯ଟି ନଜର ରଖିବାକୁ ଟିମ ଓ ଭିଡିଓ ତଦାରଖ ପାଇଁ ୩ଟି ଲେଖାଏଁ ଟିମ, ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ଗୋଟିଏ ଲେଖାଏଁ ଖର୍ଚ୍ଚ ମନିଟରିଂ ଟିମ ଓ ଭିଡିଓ ଅନୁଧ୍ୟାନ ଆଦି ପାଇଁ ୧୦୦ରୁ ଉର୍ଦ୍ଧ୍ୱ ଟିମ ଗଠନ ହୋଇଛି । ଏହିସବୁ ଟିମ ଓ ସ୍କ୍ୱାର୍ଡ଼ରେ ଜଳସେଚନ ଓ ପଞ୍ଚାୟତ ଯନ୍ତ୍ରୀ, ସମବାୟ ବିଭାଗର ଅଧିକାରୀ, ସହକାରୀ କୃଷି ଅଧିକାରୀ ଓ ପୋଲସି ଅଧିକାରୀମାନେ ରହିଛନ୍ତି । ପ୍ରସ୍ତୁତି ବୈଠକରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ, ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ, ମିଡ଼ିଆ ମନିଟରିଂ ଟିମ କମିଟିର ନୋଡାଲ ଅଫିସର ଓ ସଭ୍ୟ, ଆକାଉଣ୍ଟିଙ୍ଗ ଟିମ, ମଦ ମନିଟରିଂ ଟିମର ସଦସ୍ୟମାନେ ଉପସ୍ଥତି ଥିଲେ । ସ୍କ୍ୱାର୍ଡ ଓ ମନିଟରିଂ ଟିମ ଦୈନିକ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ଦଳର କାର୍ଯ୍ୟକ୍ରମ ଓ ପ୍ରାର୍ଥୀ ମାନଙ୍କ ଭୋଟ ପ୍ରଚାର ଆଦିର ଭିଡିଓ ରେକଡ଼ିଂ କରାଯବି । ଜନସାଧାରଣ ଚାହିଁଲେ ୩୦୦ ଟଙ୍କା ଦେଇ ଉକ୍ତ ଭିଡ଼ିଓର ଡିଭିଡି ଓ ସିଡ଼ି ନେଇପାରିବେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଅତରିକକ୍ତ ତହସିଲଦାର ଶରତ ପାତ୍ର, ଡିଆରଡିଏର ଅତରିକ୍ତ ପିଡି (ଫାଇନାନ୍ସ) ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଏନଆଇସିର ଜିଲ୍ଲା ଇନଫରମେଟିକ ଅଫିସର ସୁବାସ ମଶ୍ରି ଓ ଅତରିକ୍ତ ଇନଫରମେଟିକ ଅଫିସର ସିଦ୍ଧାର୍ଥ ନନ୍ଦ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା