

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଦୁଇଦିନ ଧରି ଆଗ୍ରୋ ଏକ୍ସପୋର୍ଟ କମ୍ପାନୀ ପକ୍ଷରୁ ଅସହାୟଙ୍କୁ ସହାୟତା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ତେନ୍ତୁଳି ପାଟଣା, ପଥରଖଡାର ୩ଟି ହରିଜନ ପଡାର ଜୀବିକା ହରାଇଥିବା ତିନି ଶହ ପରିବାରଙ୍କୁ ସାବୁନ, ଲୁଣ, ମଶଲା ଓ ଅନ୍ୟାନ୍ୟ ଜିନିଷମାନ କରୋନା ଭୁତାଣୁ ସଂକ୍ରମଣ ପାଇଁ ସାରା ଦେଶରେ ଲକଡାଉନ ଚାଲିଥିବାରୁ କମ୍ପାନୀ ତରଫରୁ ତ୍ରିଲୋଚନ ସାହୁ ବଣ୍ଟନ କରିଛନ୍ତି । ଏହାସହ ଜନସାଧାରଣମାନଙ୍କୁ ସରକାରଙ୍କ ନିୟମକୁ ମାନି ନିଜ ଘରୁ ପଦାକୁ ନ ବାହାରିବାକୁ ସଚେତନତା କରିଛନ୍ତି ।
ରିପୋର୍ଟ : ଶୁଭମ ପାଣି