

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )ଆଜି ଅପରାହ୍ଣରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସ୍ଥିର କରାଯାଇଛି । ସେଥିପାଇଁ ତାଙ୍କ ମର ଶରୀରକୁ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା, କର୍ମୀ, ଶୁଭେଚ୍ଛୁ ଓ ସାଧାରଣ ଲୋକେ ସେଠାରେ ଜେଟଲୀଙ୍କ ଶେଷ ଦର୍ଶନ କରିବାପାଇଁ ରଖାଯାଇଛି । ଅପରାହ୍ନ ୨ଟା ୩୦ ରେ ଜେଟଲୀଙ୍କ ମର ଶରୀରକୁ ଯମୁନା ନଦୀ କୂଳରେ ଥିବା ନିଗମବୋଧ ଶ୍ମଶାନ ଘାଟକୁ ନିଆଯିବ ବୋଲି ଜଣାପଡିଛି । ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ନିଗମବୋଧ ଶ୍ମଶାନ ଘାଟ ୮ କିଲୋମିଟର ଦୂରତା ମଧ୍ୟରେ ରହିଛି। ଏକ ସୁସଜ୍ଜିତ ଗାଡ଼ିରେ ଦଳୀୟ କର୍ମୀ ଓ ସମର୍ଥକମାନେ ତାଙ୍କୁ ଶ୍ମଶାନ ଘାଟକୁ ନେବେ।ଗତକାଲି ମଧ୍ୟାହ୍ଣ ୧୨ଟା ୦୭ ମିନିଟ ସମୟରେ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ଶ୍ରୀ ଜେଟଲୀଙ୍କର ପରଲୋକ ହୋଇଥିଲା। ଅଗଷ୍ଟ ୯ ସକାଳ ୧୦ଟା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ସେହି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏମ୍ସର ଏକ ବିଶେଷଜ୍ଞ ଟିମ୍ ନଜର ରଖିଥିଲେ । ଜେଟଲୀଙ୍କ ବିୟୋଗରେ ସବୁ ଦଳର ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ, ବିଜେଡି ମୁଖିଆ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଆନ୍ଧ୍ର ଜିଲ୍ଲାପାଳ ବିଶ୍ୱଭୂଷଣ ହରିଚନ୍ଦନ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ସବୁ ଦଳର ନେତା, ଅଭିନେତା, କ୍ରିକେଟର ଓ ଅନେକ ଶୁଭେଚ୍ଛୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ।ବିଦେଶ ଗସ୍ତରେ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି । ତେବେ ଗତକାଲି ବାହାରିନରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଉଥିବା ବେଳେ ଜେଟଲୀଙ୍କୁ ମନେ ପକାଇ ମର୍ମାହତ ହୋଇପଡ଼ିଥିଲେ।
ମୋଦିଙ୍କ ପ୍ରଥମ ସରକାରରେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ସାଙ୍ଗକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରହିଥିଲେ। ତା’ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ବି ସେ ସମ୍ଭାଳିଥିଲେ।