ବଢ଼ିରେ କେବେ ନଈ କୂଳ ଲଙ୍ଘିଲା ଆବଦ୍ଧ ନଈ ର କେବେ ବନ୍ଧ ଭାଙ୍ଗିଲା
କେବେ ଦିନେ ତମ ସହ ଦେଖା ହୋଇଥିଲା ପ୍ରଥମ ଦେଖା ହିଁ ତମ ସହ ପ୍ରେମ ନାଁ ଥିଲା
ଏବେ ସେ ଦିନ ବାର ତିଥି ମନେ ନାହିଁ, ଏକ ଅନ୍ତର୍ମୁଖୀ ରକ୍ଷଣଶୀଳ ଜୀବନ
ଚାରି କାନ୍ଥ ର ପାଚେରୀ ଡେଇଁ ମନ ସ୍ୱାଧୀନ ହେଲା
ସ୍ଵଭାବତଃ ମେଳାପୀ ମୁକ୍ତ ବହିର୍ମୁଖୀ ସ୍ୱାଧୀନ ପକ୍ଷୀଟେ ସହ ଅବାଧ ମୁକ୍ତ ଜୀବନ
ବିତେଇବାର ସ୍ବପ୍ନ ଦେଖିଲା ମନେ ନାହିଁ , ମନେ ନାହିଁ
ଦୁଇ ବିପରିତମୁଖୀ ଜୀବନ କେମିତି ସାଲିସ କରିଗଲା
ଗତାନୁଗତିକ ସମସ୍ୟା କୁ ନିଜ ବ୍ୟକ୍ତିତ୍ୱ ଭାବି ଏବେ ଆଉ ମନେ ନାହିଁ,
ଖାଲି ମନେ ଅଛି ଭାବ ର ମୁକ୍ତ ପରିପ୍ରକାଶ ପାଇଁ ଲାଗିଥିବା କଡା ନିର୍ଦ୍ଦେଶାବଳୀ,
କଟକଣା ଶହେ ଚଉରାଳିଶ ଧାରା ସବୁ କିବା ତା ପାଇଁ ସଜଡ଼ା ଥିଲା,
ଏକ ପ୍ରତିବାଦର ଧାରା ସୁପ୍ତ ଆଗ୍ନେୟଗିରି ର ଲାଭା ଉଦ୍ଗିରଣ ପରି
ବିସ୍ଫୋରକ ଜ୍ବାଳାମୁଖୀ ଅଥଚ ଚୁପଚାପ ଆଗ୍ନେୟଗିରି ପାଲଟି ଗଲା
ମନେ ନାହିଁ ଏଣେ ପ୍ରେମର ମୂଳଦୁଆ ଖୁବ ଦୃଢ଼
ସଶକ୍ତ ହୋଇଯାଇଥିଲା କାହା ନିର୍ଦ୍ଦେଶକୁ ନ ମାନି, ଝଡ଼ ଆସିଥିଲା କୌଣସି ବାର୍ତ୍ତା ନ ଦେଇ।
ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ
ଫେରିବ କି ସେଇ ବିଶ୍ବାସ
ତୁଚ୍ଛା ସାମାଜିକ ସମ୍ମାନକୁ ପୁଞ୍ଜି କରି କେତେ ଦିନ ଚାଲିଥିବ
ଏମିତି ଏକ ଦାମ୍ପତ୍ୟ ଜୀବନ ସମୟ ଟା ସବୁ ଠିକ କରିଦେବ,
ଠିକ କରିଦେବ, ଫେରାଇ ଆଣିବ ହଜିଲା ଯୌବନ ଭୁଲିଯିବ ସବୁ ଅଘଟଣ
ଫେରି ଆସିବ ଦାମ୍ପତ୍ୟ ସମ୍ପର୍କ ଯହୁଁ ଯହୁଁ ସରି ଯାଉଛି ସମୟର ଆୟୁଷ
ମାସ ପରେ ମାସ ବର୍ଷ ପରେ ବର୍ଷ, କମେ ନାହିଁ ବଢିଯାଏ ବ୍ୟବଧାନ
କିଏ ଜାଣେ ଛିଡି ଯାଇଥିବା ସମ୍ପର୍କର ଗୁଡି କେବେ ପୁଣି ଫେରିବ ହାତକୁ,
ଅନୁତାପ ଯଦି ପାପର ପ୍ରାୟଶ୍ଚିତ ସେ ତ କଲାଣି ପାପ ଠାରୁ ଢେର ଅଧିକ,
ଭୁଲ ର ପୁନରାବୃତ୍ତି ନ ହେବା ପାଇଁ ପ୍ରତିଶ୍ରୁତି ସହ ପ୍ରତିଜ୍ଞା
ସବୁ ଅନୁନୟ ବିନୟ ସତ୍ତ୍ୱେ ଅଚଳ ଅଟଳ
ଥରେ ଯଦି କରିପାରିଲ ସୁଯୋଗ ମିଳିଲେ
ଆଉଥରେ ନ କରିବ କିଆଁ- ଦାମ୍ପତ୍ୟ ଜୀବନ ଗୋଟେ ପ୍ରତିଶୃତି ରେ ବନ୍ଧା
ଏ ନିଆଁ ଲଗା ଆଇନି କରିଦେଲା ହିନୀମାନି
ଆଇନି ସିନା କରିଦେଲା ଅପରାଧ ମୁକ୍ତ ପାରିଲାକି ଦୂର କରି
ହୃଦୟରୁ ମନରୁ ଭଲପାଇବା ସମର୍ପଣ ଭିତରେ
ରହିଯାଇଥିବା ଶୁନ୍ୟସ୍ଥାନ।
ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ।
ମା ତୋର ଏ କି ବିଚାର
ମା ତୁ ମୋ ଜଗତ ଜନନୀ ଶୁଭ କାମନାର ପବିତ୍ର ସଂଜବତୀ
ତୋଅରି ପାଇଁ ଆଜି ଗର୍ବ କରେ ମୁହିଁ ଆଜି ଏ ପୂର୍ଣ୍ଣ ସମ୍ବତ୍ସରେ
ଏତିକି ଖାଲି ତୋତେ ମୁଁ ପଚାରେ ପାରିବୁ କି ଦେଇ ମୋ ଉତ୍ତର
ସବୁ ସମ୍ଭାବନା ର ଭ୍ରୁଣ ତୋଅରି ଗର୍ଭରେ ସବୁ ସୂକ୍ଷ୍ମ ସତ୍ତାକୁ ଦେବାକୁ ସ୍ଥୂଳରୁପ
ତୋ ଗର୍ଭ ତ ସବୁଠୁ ବଡ଼ ସୁରକ୍ଷା ବଳୟ ତାଆରି ବିକାଶ ପାଇଁ ଆଜୀବନ ଆରାଧନା
ନିଜ ରକ୍ତ ମାଂସ ର ପ୍ରତିରୂପ ତୋଅରି ସନ୍ତାନ ବକ୍ଷରୁ ଅମୃତ ଢାଳି କରୁ ପ୍ରତିପୋଷଣ
ସନ୍ତାନକୁ ଗଢୁ ହୃଦୟରୁ ସ୍ନେହ ଶ୍ରଦ୍ଧା ଦେଇ ଚିନ୍ତା ଓ ଚେତନା
ତୁ କ୍ଷମାମୟୀ ଚିର କଲ୍ୟାଣମୟୀ ସନ୍ତାନର ସବୁ ଦୋଷତ୍ରୁଟି
ତୋ ପାଶେ କ୍ଷମଣୀୟ ହେଲା ବୋଲି କେହି ପୁଅ ଅବାଧ୍ୟ
ତୋ ନିଷ୍ଠାରୁ ବାହାର ତାଆରି ନିଧନ ସକାଶେ
ଲୋଡ଼ା ଥିଲା କି ଦେଖାଇବା ତୋ ଵିଵସନା ରୂପ ଆଉ କିଛି ନ ଥିଲା କି ମା ବିକଳ୍ପ ବନ୍ଦୋବସ୍ତ
ପୁତ୍ର ସିନା କେବେ କେବେ ସୃଷ୍ଟି ସର୍ଜନାରେ ହୋଇପାରେ କୁପୁତ୍ର
ମାତା ତ କୁମାତା ହେବାର ନୁହଁଇ ସମ୍ଭବ ନାହିଁ ବି ଦୃଷ୍ଟାନ୍ତ
କିଆଁ ରଖିଗଲୁ ଜଗତରେ ଏମିତି ଏକ ହୃଦୟ ଦହିଲା ଅପବାଦ।
ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ
ତୁ ମୋର ଭାରି ଆପଣାର
ତୁ ମୋର ଏକାନ୍ତ ଅନ୍ତରଙ୍ଗ ବୋଲି ମୁଁ ଖୋଲି ଦେଇ ପାରେ ତୋଅରି
ପାଖରେ ମୋ ଗୁପ୍ତ ଡାଏରୀ, ମୁଁ ଜାଣେ ତୁ କେବେ ତାକୁ ପଦାରେ
ଫୋପାଡ଼ିବୁ ନାହିଁ, କି ଖୋଲିବୁନି ପଞ୍ଚୁଆତି ସଭାରେ ଉଲଗ୍ନ କରି
ଏତିକି ଭରସା ଅଛି ବୋଲି ତ ମୋର ତୋଅରି ପାଖରେ
ମୁଁ ତୋତେ ସବୁ କହେ ନିର୍ଦ୍ୱନ୍ଦରେ ଏକାନ୍ତ ନିଜର ବନ୍ଧୁଟିଏ ଭାବି,
ବର୍ଷାରେ ବି ତୁ ନିଦାଘରେ ବି ତୁ ଶୀତ ରେ ଯଦି ଜାଡୁ ଜାଡୁ ମୋଅରି ପାଖରେ
ଫଗୁଣରେ ବସନ୍ତରେ ମୋ ପାଖରେ ନ ରହିବୁ କିଆଁ,
ସେଇଥି ପାଇଁତ ମୁ ତତେ ଖୋଜେ ସବୁ ଋତୁ ରେ ସବୁ ସମୟରେ ମୋଅରି
ଶାଢ଼ୀ ପଣତ ଭିତରେ।
ତପସ୍ୱିନୀ ଦାଶ,ବାରିପଦା
ମୁ ତାହାରି ଚରଣ ଛୁଏଁ
ଚାହେଁ ମୁଁ ଚରଣ ତାର ଆକାଶ ପରି ହୃଦୟ ଯାର
ମନ ଯାହାର ଭରା ସାଗର ହସ ଯାହାର ଫୁଲଠୁ ବାସ
କଥା କଥାରେ ସ୍ନେହ ସରାଗ ହସରୁ ଯାର ଝରଇ ମହୁ
ଗୁରୁ ଗମ୍ଭୀର ଅମୃତବାଣୀ ଶାନ୍ତ ସ୍ନିଗ୍ଧ ସେ କମନୀୟ
ସେଇ ଅଟନ୍ତି ପୂଜନୀୟ, ଆଖିରେ ଯାର ଲକ୍ଷେ ସପନ
କଥା ଯାହାର ମନପବନ ବିପଦ ବେଳେ ବନ୍ଧୁ ସମାନ
ଆଗରେ ଠିଆ ହୋଇ ସାହସ ଢାଳେ ଦିଏ ଶକତି
ସେଇ ମୋହର ଗତି ମୁକତି ହୃଦୟ ନିଏ ଟାଣି
ତାକୁ ପାରିବ କିଏ ଭୁଲି ସୁନା ଚେହେରା କି ହେବ କୁହ
ହୃଦୟ ଯାର ଅଟେ ପାଷାଣ ପର ଦୁଃଖରେ କାନ୍ଦେନି ପ୍ରାଣ
ପର ସୁଖରେ ଫୁଟେନି ହସ ବିଶ୍ବାସ ନାହିଁ ଯାର କଥାରେ
ସିଏ ପାଷାଣ ଠାରୁ ହୀନ, ଈର୍ଷାରେ ଜର୍ଜରିତ
ଏମିତି ବନ୍ଧୁ ନୁହେଁ ମୋ ଲୋଡା କି ଲାଭ କୁହ ସାଥିରେ ତାର
ଯୁଗ ଯୁଗର ବନ୍ଧୁତା, ପାଖରେ ରହି ସେ ଦୂରରେ ଥାଏ
ଅଛି ତାହାଠି କାହାର କିଛି ଖୋଜା ଦୂରରେ ଥାଉ ହୃଦୟେ ଥାଉ
ସବୁଠୁ ପାଏ ପୂଜା ସେତ ବନ୍ଧୁ ର ବନ୍ଧୁରେ ଗଣା ।
ଲେଖକ : ତପସ୍ୱିନୀ ଦାଶ,ବାରିପଦା
ଅପରାହ୍ନ
ବୟସ ଥିବା ବେଳେ ସହି ହୋଇ ଯାଉଥିବା ସବୁ ଦୁଃଖ ଗୁଡିକ ଏବେ ଏବେ
ଏତେ ଅସହନୀୟ କିଆଁ ବୁଝି ହୁଏନା
ଭୁତ ର ସବାର ହୋଇ ପିଠିରେ ମାଡି ବସିଥାଏ
ନିଜ ଇଚ୍ଛାରେ ଶୀତ ରାତିରେ ଫୁଙ୍ଗୁଳା ଦିହରେ ଗୋଟି ଗୋଟି ସତ ଉତ୍ତାରେ
ଝୀଂ ଝୀଂ ଝିଙ୍କାରୀ ଶବ୍ଦରେ ଅନୁଚ୍ଚାରିତ ସମସ୍ୟା ର ସମାଧାନ
ସବୁକୁ ନିଜ ମୁହଁରେ ସ୍ୱୀକାର କରାଇ ସାରିବା ପରେ ହିଁ ସେ ଆପଣା ଛାଏଁ ପୁଣି
ଫେରିଯାଏ ପୁରୁଣା ବରଗଛ କୁ ଓହଳି ପଡେ ଠିକ ତା ଅସମାହିତ ସ୍ବପ୍ନ ସବୁ ଛାତିରେ
ଝୁଲିଲା ପରି ତା ଭାରା ସହିବା ଖୁବ ଯନ୍ତ୍ରଣାଦାୟକ ହେଲେବି
କୋଉ ଉତ୍ତାରି ପାରେ ଗତାନୁଗତିକ ଧାରା ରୁ ଇଞ୍ଚେ ଘୁଞ୍ଚି ଆସି
ଗୋଟେ ଶରୀର ର ସ୍ବପ୍ନ କଥା ଭାବିପାରେ ଦେହ ଦାହ, ପ୍ରେମ ପ୍ରଣୟ ରଚିପାରେ
ତା ନିଜ ଇଚ୍ଛାରେ ଏମିତି ତ ଚାଲିଛି କୋଉ ଯୁଗରୁ
କିଏ ଜାଣେ ନିଇତି ନିଦ ଭାଙ୍ଗେ ସେଇ ପୃରୁଣା ଗୁପ୍ତ ପୀଡା ଟା ଦୋହରାଏ
ଅଜଣା ଆତଙ୍କରେ ଡରାଏ ପୁଣି ରାଜା ବିକ୍ରମାଦିତ୍ୟ ପରି ନୂଆ ଇଚ୍ଛାରେ
ଶବକୁ ନିଜର କରି ଆଣିବାକୁ ନିଶାର୍ଦ୍ଧରେ ଅଗ୍ନାଅଗ୍ନି ବନସ୍ତ କୁ ଧାଇଁଯାଏ
କେଜାଣି କେତେ ଦିନ ଏମିତି ଶବ କୁ କାନ୍ଧରେ ପକାଇ ସତ୍ୟ ଖୋଜିବାକୁ ପଡିବ କିଏ ଜାଣେ।
ଲେଖକ : ତପସ୍ୱିନୀ ଦାଶ,ବାରିପଦା