

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଲକଡାଉନ ଜାରୀ କରାଯାଇଛି । ବର୍ତ୍ତମାନ ପଞ୍ଚମ ପର୍ଯ୍ୟ।ୟ ଲକ୍ ଡାଉନ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ନୀୟମ ଲାଗୁ କରାଯାଇଛି । ଜୁନ ମାସରେ ସପ୍ତାହରେ ୨ଦିନ ଶନିବାର ଓ ରବିବାର ସଟ୍ ଡାଉନ ଘୋଷଣା କରିଛନ୍ତି । ଏହାକୁ ଗଞ୍ଜାମ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଉଛି । ତେବେ ଏହି ସଟ୍ ଡାଉନର ପ୍ରଭାବ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ କୌଣସି ଲୋକ ଘର ବାହାରକୁ ନ ବାହାରିବା ସହ ରାସ୍ତାଘାଟ ପୂରା ଶୂନଶାନ ରହିଥିବା ଦେଖିବାକୁ ମିଳିଛି । ଏନେଇ ଆଜି ସକାଳୁ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍.ଗଣେଷ ବାବୁ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଓ ଛତ୍ରପୁର ଏନଏସିର ଯୁଗଳ କିଶୋର ଦାସ ଓ ଏସ.ଦାଲେୟା ରେଡ୍ଡୀଙ୍କ ସମେତ ବହୁ କର୍ମଚାରୀ ମାନେ ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳ ବୁଲି ତଦାରଖ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
