ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ପବିତ୍ର ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କର ପ୍ରିୟ ମାସ । ଆଜି ଶ୍ରାବଣ ତୃତୀୟ ସେମାବାର । ଏହି ଅବସରରେ ଗତ ସୋମବାର ଠାରୁ ଚଳ ଚଞ୍ଚ ହୋଇ ଉଠିଛି ପ୍ରମୁଖ ଶୈବ ପୀଠ । ଗତକାଲି ଠାରୁ ଶହ ଶହ କାଉଡିଆମାନେ ବିଭିନ୍ନ ଶୈବ ପୀଠରେ ମାସିକ ଜଳାଭିଷେକ କରିଛନ୍ତି । ଏହି ଅବସରରେ ହିଞ୍ଜିଳିକାଟୁର ସବୁ ଶୈବ ମନ୍ଦିରରେ ସକାଳୁ ସକାଳୁ ଶହ ଶହ ଭକ୍ତ ମନ୍ଦିରରେ ଧାଡି ବାନ୍ଧି ଭୋଳାନାଥଙ୍କୁ ଜଳାଭିଷେକ କରାଇଛନ୍ତି । ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଭାବରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା