


ପାରଳାଖେଣ୍ଡି (ସମୃଦ୍ଧ ଓଡିଶା) ଆଜି ପାରଳାଖେମୁଣ୍ଡିରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜେଡି ଦଳ ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରେ ପଦଯାତ୍ରା ଆରମ୍ଭ ହୋଇଛି। ଆଜି ସକାଳ 10ଟା ସମୟରେ ଜଲେଜ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁସ୍ପମାଲ୍ୟ ଅର୍ପଣ କରି ଜିଲାସଭାପତି ଜଗବନ୍ଧୁ ଦାସ ଯାତ୍ରା ଶୁଭାରମ୍ଭ କରିଥିଲେ I ଏହି ଅବସରରେ ସଂଖ୍ୟାଲଘୁ ସେଲର ରାଜ୍ୟ ସଧାରଣ ସମ୍ପାଦକ ଡ଼ଃ ପଲବ ଲିମା ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଜନହିତକର ଯୋଜନା ସବୁ ଘରେ ଘରେ ପହଁଚେଇବା ପାଇଁ ପ୍ରାଧାନ୍ୟ ଦେଇଥିଲେ I ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, ଯୁବ ସଭାପତି ଏସ ଲିଙ୍ଗରାଜ, ମାରୁତ ପାଳ, ଅଧକ୍ଷା ନିର୍ମଳା ସେଠି, ମରିଅମ ରଇତ , ଲଷ୍ମୀକାନ୍ତ ପରିଛା ସମେତ ଜିଲାର ସମସ୍ତ ରାଜ୍ୟ, ଜିଲ୍ଲାର ଓ ସବୁ ବ୍ଳକ ଓ ପଞ୍ଚାୟତର ପ୍ରତିନିଧି ଓ ଦଳୀୟ ପଦାଧିକାରୀମାନେ ଯୋଗଦେଇଥିଲେ। ରିପୋର୍ଟ : କୃଷ୍ଣ କୁମାର ବେହେରା