![ଆଜି ପୁରୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ବହୁଆଡ଼ମ୍ବର ରୋଡ୍ ଶୋ’…](https://i0.wp.com/www.samrudhaodisha.com/wp-content/uploads/2019/04/Ram-Gopal-Yadav.jpg?fit=700%2C376&ssl=1)
ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଆଜି ପୁଣିଥରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ ପୁରୀରେ ବହୁ ଆଡମ୍ବର ସହ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଶାହ ଅପରାହ୍ନ ୫ଟାରେ ଭୁବନେଶ୍ୱର ପହଞ୍ଚିବା ପରେ ସିଧାସଳଖ ପୁରୀ ଗସ୍ତ କରିବେ। ବଡ଼ ଦାଣ୍ଡରେ ରୋଡ୍ ଶୋ’ କରିବେ। ସିଂହଦ୍ୱାରରୁ ବଳଗଣ୍ଡି ଛକ ଯାଏଁ ରୋଡ୍ ଶୋ’ କରିବେ।ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଉ ଥରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବିଜେପି ସୂତ୍ରରୁ ସୂଚନା ଦିଆଯାଇଛି। ମୋଦି ଆସନ୍ତା ୧୫ କିମ୍ବା ୧୬ ତାରିଖରେ ଓଡ଼ିଶା ଆସି ପାରନ୍ତି। ଭୁବନେଶ୍ୱରରେ ଆୟୋଜିତ ସଭାରେ ସେ ଯୋଗ ଦେବେ।