ଆଜି ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ନବିନ ନିବାସ ଓ ସଚିବାଳୟ ଘେରାଉ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ମଣ୍ଡି ସମସ୍ୟା ଏବଂ କାଳିଆ ଯୋଜନା ପ୍ରତିବାଦରେ ମଙ୍ଗଳବାର ଦିନ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଓ ସଚିବାଳୟ ଘେରାଉ କରାଯିବ ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶିବାଜି ମହାନ୍ତି କହିଛନ୍ତି । କେନ୍ଦ୍ର ସରକାର ଧାନର ଉତ୍ପାଦନ ମୂଲ୍ୟରୁ ଦେଢଗୁଣ ମୂଲ୍ୟ କରି ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ହିସାବରେ ମୋଦି ସରକାର ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ସରକାର ଓ ଅସାଧୁ ବ୍ୟବସାୟିଙ୍କ ମଧୁଚନ୍ଦ୍ରିକାରେ କାହିଁକି ଚାଷୀମାନେ ୧୦୦୦/୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଏ ସମ୍ବନ୍ଧରେ ଓଡ଼ିଆ ଚାଷୀମାନେ ରାଜ୍ୟସରକାରଙ୍କୁ ଜବାବ ମାଗୁଛନ୍ତି । ୪-୫ କିଲୋରୁ ଅଧିକ ଧାନ ନକାଟିଲେ ଧାନ କିଣା ନଯିବା ଗତ ବର୍ଷରୁ ମଣ୍ଡି ଜଗି ଥିବାବେଳେ ବିଜେପି ତଥ୍ୟ ପ୍ରମାଣ ସରକାରଙ୍କୁ ଦେଇଛି । ଯୋଗାଣ ବିଭାଗ ଚାଷୀ ସ୍ୱାର୍ଥ କଥା ପାଟିରେ କହି ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ବ୍ୟକ୍ତିମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ଚାଷୀମାନେ ମଧ୍ୟ ଏହାର ଜବାବ ମାଗିବେ ବୋଲି ସେ କହିଛନ୍ତିି ।

ରିପୋର୍ଟ : ଆକାଶ ମିଶ୍ର