** ଆଜି ଯେ’ ଜାଗର **

ଆଜି ଯେ ଜାଗର
ମୁଁ ବି ଉଜାଗର
ଦିପାଳୀ ଜାଳୁଛି
ଆଖି ଲୁହେ ମୋର ।।

ଦେବ ଦେବ ତୁମେ
ଅଟ ମହାଦେବ
ମହା ଯୋଗୀରାଜ
ତୁମେ ରୁଦ୍ରଦେବ ।।

ଚିର ସତ୍ୟ ତୁମେ
ହେ ଶିବ ସୁନ୍ଦର
ଅନ୍ତରେ ରହିଛ
ହେ ଅନ୍ତରେଶ୍ଵର ।।

ଦୁଃଖ ପରେ ଦୁଃଖ
ଏହି ଭାରତର
ଦିନୁ ଦିନ ଦୁଃଖ
ହେବ ନି କି ଦୂର ।।

ବନ୍ୟା ବାତ୍ୟା ଆଉ
ମରୁଡି ସକଳ
କେବେ ଯେ କଷଣ
ହେବ ଆଉ ଦୂର ।।

ଶତ୍ରୁର କପଟ
ବଢେ ଦିନୁ ଦିନ
କୃପା କର ଫେରୁ
ଦେଶର ସୁଦିନ ।।

ଶଙ୍କଟହାରୀ ହେ
ମଙ୍ଗଳ କାରକ
ଦୁଃଖ ହର ବାରେ
ହେ ବିଶ୍ଵ ପାଳକ ।।

ଏତିକି ମାଗୁଣୀ
ଆଜି ଜାଗରରେ
ଶୁଦ୍ଧ ପୂତ ଚିତ୍ତେ
ଜଣାଏ ଅନ୍ତରେ ।।

ଶିକ୍ଷୟିତ୍ରୀ ସଂଯୁକ୍ତା ରାଉତ
ଜୟପୁର, କୋରାପୁଟ

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା