ଆଞ୍ଚଳିକ ବିକାଶ ପରିଷଦ ଓ କାଳି ପଲ୍ଲୀ ରାଜସ୍ଵ ନିରିକ୍ଷକ କାର୍ଯ୍ୟାଳୟ ତରଫରୁ ୭୨ତମ ବନ ମହୋତ୍ସବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଞ୍ଚଳିକ ବିକାଶ ପରିଷଦ ଓ କାଳି ପଲ୍ଲୀ ରାଜସ୍ଵ ନିରିକ୍ଷକ କାର୍ଯ୍ୟାଳୟ ତରଫରୁ ୭୨ତମ ବନ ମହୋତ୍ସବ ପାଳନ ହୋଇଯାଇଛି । କାଳି ପଲ୍ଲୀ ରାଜସ୍ଵ ନିରିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ତହସିଲଦାର ନୀଳ ମାଧବ ଭୋଇଙ୍କ ନିର୍ଦ୍ଧେଶ କ୍ରମେ ଛତ୍ରପୁର ଅତିରିକ୍ତ ତହସିଲଦାର ତଥା କୁକୁଡାଖଣ୍ଡି ଉପ ନିବନ୍ଧକ କବିରାଜ ଆର୍ଯ୍ୟଙ୍କ ନେତ୍ତୃତ୍ୱରେ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାରିକେଳ, ପିଜୁଳି, ଜାମୁ କୋଳି, ଅଁଳା, ସ୍ୱର୍ଣ୍ଣ ଚମ୍ପା, କାଗେଜି ଲେମ୍ଭୁ ଆଦି ଅନେକ ଉପାଦେୟ ବୃକ୍ଷ ଚାରା ରୋପଣ କରାଯାଇଛି । ଶ୍ରୀ ଆର୍ଯ୍ୟ କହିଥିଲେ ଯେ ବୃକ୍ଷର ବିକଳ୍ପ ନାହିଁ, ବୃକ୍ଷ ବିନା ଜୀବ ଜଗତର ପରିକଳ୍ପନା ନାହିଁ । ସାରା ବିଶ୍ବ ବର୍ତ୍ତମାନ ଗ୍ଲୋବାଲ ୱର୍ମିଂଗ୍ ଓ ମହାମାରୀ କରୋନା ପ୍ରଭାବରେ କବଳିତ, ସବୁର ମୁଖ୍ୟ ହେଉଛି ଜୀବ ଜଗତର ଅସନ୍ତୁଳ, ଜୀବ ଜଗତ ତିଷ୍ଠି ରହିବାକୁ ହେଲେ ଏକମାତ୍ର ବିକଳ୍ପ ହେଲା ବୃକ୍ଷ ରୋପଣ ତେଣୁ ଆସନ୍ତୁ ସମସ୍ତେ ନିଜ କାର୍ଯ୍ୟାଳୟ, ବାସଗୃହ ଆଦି ଖୋଲା ସ୍ଥାନରେ ଜନ୍ମ ଦିବସ, ବିବାହ, ବିବାହ ବାର୍ଷିକୀ ଆଦି ସାମାଜିକ କାର୍ଯ୍ୟକ୍ରମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ତାକୁ ସୁରକ୍ଷା ଦେବା । ଆଜିର କାର୍ଯ୍ୟକ୍ରମରେ ରାଜସ୍ୱ ପର୍ଯ୍ୟାବେକ୍ଷକ ଶ୍ରୀମତୀ ତିଳୋତ୍ତମା ଦୋରା, ରାଜସ୍ଵ ନିରିକ୍ଷକ ବିଜୟ କୁମାର ବେହେରା, ଅମିନ ଡ଼ି ରାମା ରାଓ, ଶରତ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ଚାରାରୋପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା