ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଗାମୀ ଜୁନ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଆଞ୍ଚଳିକ ରଜ ମହୋତ୍ସବ ଗଁଦିଆ ବ୍ଲକର ମିନିଷ୍ଟାଡିୟମରେ ହେବାକୁ ଥିବାରୁ ତାହାର ପ୍ରଥମ ଅଡିସନ ଜୁନ ୭ ତାରିଖ ସକାଳ ତଥା ଗତକାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଜ ମହୋତ୍ସବ କମିଟିର ସଭାପତି ତଥା ପୋରୁହଖୋଜ ଗ୍ରାମ ପଂଚାୟତ ସରପଞ୍ଚ ଶୁଭଦର୍ଶନୀ ଗୀତ, ମେହେନ୍ଦି, ଝୋଟି ଓ ହୁଳହୁଳି ପ୍ରତିଯୋଗିତାରେ ବିଚାରପତି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନଶିକ୍ଷକ ଦଣ୍ଡଧର ସାହୁ, ନୃତ୍ୟଗୁରୁ ସମୀର ବିଶ୍ୱାଳ ଓ ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ମୂଲ୍ୟାୟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରକାଶ ବାରିକ ସଂଯୋଜନା କରିଥିବା ବେଳେ ପରିଚାଳନା ପରିଷଦ ସଭାପତି ଗଙ୍ଗାଧର ବାରିକ, ସଦସ୍ୟ, ହରେକୃଷ୍ଣ ସାହୁ, ସଭାପତି ପି ପ୍ରାକ୍ତନ ସଦସ୍ୟ ପ୍ରକାଶ ଚନ୍ଦ୍ର ସେଠି ଓ ବାଇଧରପତି ସହଯୋଗ କରିଥିଲେ । ଜୁନ ୮ ତାରିଖ ତଥା ଆଜି ସକାଳ ୭ ଘଂଟିକା ସମୟରେ ୨ୟ ଅଡିସନ କପିଳାସ ମହାବିଦ୍ୟାଳୟ ଗଁଦିଆରେ ଅନୁଷ୍ଠିତ କରାଯାଇଛି । ଜୁନ ୧୦ ତାରିଖ ସକାଳ ୭ଟାରେ ୩ୟ ଅଡିସନ ମହିଳା ମହାବିଦ୍ୟାଳୟ ଯୋରନ୍ଦା ଓ ଜୁନ ୧୧ ତାରିଖ ସକାଳ ୭ଟାରେ ୪ର୍ଥ ଅଡିସନ ପିଙ୍ଗୁଆଡ଼ି ଶ୍ରୀ ମହାବିଦ୍ୟାଳୟରେ କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ : ଶୁଭମ କୁମାର ପାଣି