
ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗତକାଲି ମଧ୍ୟରାତ୍ରି ପ୍ରାୟ ୧ଘଣ୍ଟ ସମୟରେ ପୋଲିସ ଚଢ଼ାଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ମୁତାବକ ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଭେଜିପୁଟରେ ଚାଲିଥିବା ଏକ ଜୁଆ ଆଡା ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ ସେମାନଙ୍କ ଠାରୁ ନଗଦ ୧୮୯୪୦ ଟଙ୍କା ଜବତ କରିବା ସହ କେସ ନମ୍ବର ୩୧୪/୨୦ରେ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ -ନିଲୁ ବିଷୋୟୀ