

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ପୋଲିସ ବେରେକ ଠାରେ ମାଗଣା ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଶିବିର ଉଡାନ-୨ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମାଙ୍କ ଅଭିନବ ପ୍ରୟାସରେ ପୂର୍ଣ୍ଣ ଆରମ୍ଭ ହୋଇଥିଲେ । ଏହି ମାଗଣା ଆତ୍ମନିଯୁକ୍ତି ତାଲିମ ଉଡାନ-୨ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଏହାକୁ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ସାରକା ମାଗଣା ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରୟାସକୁ ପ୍ରଶଂସା କରିବା ସହ ଏହାର ଫାଇଦା ନେବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି କହିଥିଲେ । ଜିଲ୍ଲାରେ ଥିବା ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ତାଲିମ ଦେବା ସହ କିପରି ସେମାନେ ବିଭିନ୍ନ ସାମରିକ ବାହିନୀ ଏବଂ ପୋଲିସ ନିଯୁକ୍ତିରେ ନିଜକୁ ପ୍ରସ୍ତୁତ କରିପାରିବେ ସେଥିପାଇଁ ଏହି ତାଲିମ୍ ଦିଆଯାଉଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କହିଥିଲେ । ଏହି ତାଲିମ୍ କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ – କୃଷ୍ଣ କୁମାର ବେହେରା

